ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଭାତୀ
ନିମାପଡା : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଆଜି ନିମାପଡ଼ା ବ୍ଲକ ଅଧିନସ୍ଥ ଉଚ୍ଛୁପୁର, ନାଗବସ୍ତ, ଅଂଶାଲ ପଞ୍ଚାୟତରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶିଳାନ୍ୟାସ ହୋଇଯାଇଛି । ଉଛୁପୁର ନରୁଡାଠାରେ ଜଳ ସମ୍ପଦ ବିଭାଗ ଦ୍ୱାରା ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ନରୁଡ଼ା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ସ୍ଥାନୀୟ ଅଞ୍ଚଳରେ ମା' ଓ ଶିଶୁ ମାନଙ୍କର ପୋଷଣ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଙ୍ଗନବାଡ଼ି ଏବଂ ଆଶାଦିଦିଙ୍କର ସମସ୍ତ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ରଟିଲୋ ପଞ୍ଚାୟତର ନାଗବସ୍ତ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଜିତ ଷଡ଼ଙ୍ଗୀ, ସରପଞ୍ଚ ମନସ୍ୱିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବରୁଣିଚକ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟନ କରିଥିଲେ । ନିମାପଡ଼ା କୁଶଭଦ୍ରା ବ୍ରିଜ ନିକଟସ୍ଥ ମହାକାଳୀ ମନ୍ଦିର ନିକଟରେ ଜଳ ସମ୍ପଦ ବିଭାଗର ୩ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ୧୧ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଧିକ୍ଷଣ ଯନ୍ତ୍ରୀ ପ୍ରୀତମ ଚେତନ ପୋଥାଳ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ, ସହକାରୀ ଯନ୍ତ୍ରୀ ଉମାକାନ୍ତ ବେହେରା, କାଉନ୍ ସିଲର୍ ନିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଜଳସମ୍ପଦ ବିଭାଗର ପ୍ରାଚୀ ଡିଭିଜନ ଅନ୍ତର୍ଗତ ଅଂଶୋଲା ଶାଖା କେନାଲର ୧.୧୦ କିମି ଠାରୁ ୧.୮୫. କିମି ଏବଂ ୩.୩୫ କିମି ଠାରୁ ୬.୧୩୮ କି.ମି. ପର୍ଯ୍ୟନ୍ତ ଆରସିସି ଟ୍ରଫ ୱାଲ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଜଳସେଚନ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ମହାନ୍ତି, ପ୍ରାଚୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ରଘୁନାଥ ସ୍ୱାଇଁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିର୍ଦ୍ଧାଥ ଷଡ଼ଙ୍ଗୀ ଏବଂ କିଶୋର ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।