ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି
ପୁରୀ : ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ପାଇଁ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅପରାହ୍ନରେ ସଦ୍ଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ, ଜିଲ୍ଳା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକ ପ୍ରମୁଖ ଯୋଗଦେଇ ଜଳ ସମ୍ପଦ, ଡ଼୍ରେନେଜ୍ ଡ଼ିଭିଜନ, ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ, ଅତ୍ୟାବଶ୍ୟକ ସାମଗ୍ରୀ ସମ୍ପର୍କରେ ବିଭିନ୍ନ ସମସ୍ୟା, ସମାଧାନ ଓ ପ୍ରସ୍ତାବ ମାନ ଦେଇଥିଲେ । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ । ବିଶେଷ କରି ଜନସାଧାରଣଙ୍କୁ ସତର୍କ ଓ ସଚେତନ କରିବା ସହ ସ୍ୱାସ୍ଥ୍ୟ, ପାନୀୟ ଜଳ, ପଶୁ ସମ୍ପଦ, କୃଷି ଇତ୍ୟାଦି ବିଭାଗ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଜଳସମ୍ପଦ ବିଭାଗ ନଦୀ ବନ୍ଧ ସୁଦୃଢ କରିବା, ମରାମତି କରିବା, ବିଭିନ୍ନ ସାମଗ୍ରୀ ମହଯୁଦ ରଖିବା, ଡ଼୍ରେନେଜ ଡ଼ିଭିଜନ ପକ୍ଷରୁ ଦଳ ସଫଳ କରିବା, ଦୁର୍ବଳ ବ୍ରିଜ ଗୁଡ଼ିକୁ ମରାମତି କରିବାକୁ ଏକ ଯୁଗ୍ମ କମିଟି ଗଠନ କରି ଦୃଢ ପଦକ୍ଷେପ ନେବାକୁ ଜିଲ୍ଳାପାଳ ନିଦେ୍ର୍ଦଶ ଦେଇଥିଲେ । ଅତିରିକ୍ତ ଜିଲ୍ଳାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା କାର୍ଯ୍ୟ ସୂଚୀ ଅନୁସାରେ ବୈଠକ ପରିଚାଳନା କରିଥିଲେ । ନିଷ୍ପତ୍ତି ଅନୁସାରେ ଜିଲ୍ଳାରେ ଅହୋରାତ୍ର ଜରୁରୀ ବିଭାଗ ପାଇଁ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହେବ ଓ ବିଡ଼ିଓ, ତହସିଲଦାରମାନେ ଦୈନିକ ପରିସ୍ଥିତି ରିପୋର୍ଟ ପ୍ରଦାନ କରିବେ । ବର୍ତ୍ତମାନ ବାତ୍ୟା ବନ୍ୟା ମୁକାବିଲା ପାଇଁ ଉଦିଷ୍ଟ ସମସ୍ତ ଉପକରଣ ଗୁଡ଼ିକର ତଦାରଖ ଓ ମରାମତି କରି ଜିଲ୍ଳାକୁ ରିପୋର୍ଟ କରିବାକୁ ଜିଲ୍ଳାପାଳ ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଥିଲେ । ଜିଲ୍ଳାରେ ୨୬ଟି ଏସ୍ଆରସି ବୋଟ ରହିଛି । ଓସଡ଼ାମା ପକ୍ଷରୁ ୧୭୦ଟଇ ବାତ୍ୟା ଆଶ୍ରୟ ସ୍ଥଳ ଓ ରେଡ଼କ୍ରସ ପକ୍ଷରୁ ୯ଟି ବାତ୍ୟା ଆଶ୍ରୟ ସ୍ଥଳ ରହିଛି । ସେହିପରି ୩୭୧ଟି ବିକଳ୍ପ ଆଶ୍ରୟ ସ୍ଥଳ ମଧ୍ୟ ରହିଛି । ସରକାର ଓ ଏସ୍ଆରସି ଧାର୍ଯ୍ୟ କରିଥିବା ମାର୍ଗଦର୍ଶିକାକୁ ସଠିକ ଭାବେ ଅନୁପାଳନ କରିବାକୁ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ । ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ଗୁଡ଼ିକର ମରାମତି ଓ ବାସପୋଯୋଗୀ କରିବା, ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ବିଭିନ୍ନ ସମାଗ୍ରୀ ମହଯୁଦ ରଖିବା, ନିୟନ୍ତ୍ରଣ କକ୍ଷ ପରିଚାଳନା କରିବା, ଜନପ୍ରତିନିଧି ଓ ପଞ୍ଚାୟତ ପ୍ରତିନିଧି, ସ୍ୱେଚ୍ଛାସେବୀମାନଙ୍କ ସହ ଯୋଗଯୋଗ ମାଧ୍ୟମରେ ଜରୁରୀ ସୂଚନା ପ୍ରଦାନ କରିବା, ଖାଦ୍ୟ, ଔଷଧ, ଗୋ ଖାଦ୍ୟ ଇତ୍ୟାଦି ମହଯୁଦ ରଖିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ଼ା. ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଳାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ଜିଲ୍ଳା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଂଜନ ପୃଷ୍ଟି, ଉପଜିଲ୍ଳାପାଳ ରାଜକିଶୋର ଜେନା, ଅତିରିକ୍ତ ଏସ୍.ପି ସୁଶୀଲ କୁମାର ମିଶ୍ର, ସାଂସଦ, ବିଧାୟକଙ୍କ ପ୍ରତିନିଧି ଓ ଅନ୍ୟାନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଳା ଜରୁରୀ ବିଭାଗ ଡ଼େପୁଟି କଲେକ୍ଟର ମନିଷା ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ସମସ୍ତ ବ୍ଲକ ଅଧ୍ୟକ୍ଷ, ବିଡ଼ିଓ, ତହସିଲଦାର, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବିଭିନ୍ନ ବିଭାଗ ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
