ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ଲିଙ୍କ ଘଟଣା: ତଦନ୍ତ କରୁଛି ପୁଲିସ

 ପୁରୀ: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ୟୁଟୁ୍ୟବର ଜ୍ୟୋତି ମାଲହୋତ୍ରା ଗିରଫ ହେବା ପରେ ପୁରୀ କାଳିକାଦେବୀ ସାହିର ପ୍ରିୟଙ୍କା ସେନାପତିଙ୍କ ସହ ଜ୍ୟୋତିଙ୍କ ସମ୍ପର୍କ ଥିବା ଘଟଣା ପୁରୀରେ ହଇଚଇ ସୃଷ୍ଟି କରିଛି । ବର୍ତ୍ତମାନ ପୁଲିସ କାଳିକାଦେବୀ ସାହିର ପ୍ରିୟଙ୍କା ସେନାପତିଙ୍କ ବାସଭବନକୁ ଯାଇ ତାଙ୍କୁ ବିଭିନ୍ନ ଦିଗରୁ ପ୍ରଶ୍ନ କରୁଛି । ପି୍ରୟଙ୍କା ପୁଲିସ ସ୍କାନର ଭିତରେ ଥିବା ବେଳେ ପୁଲିସ ତାଙ୍କ ବାପା ରାଜକିଶୋର ସେନାପତିଙ୍କୁ ମଧ୍ୟ ଜେରା କରିଛି । ପ୍ରିୟଙ୍କାଙ୍କ ପରିବାରଙ୍କ ସମ୍ପତ୍ତି ହଠାତ୍ ବଢିଯିବା ନେଇ ମଧ୍ୟ ସନେ୍ଦହ ସୃଷ୍ଟି ହୋଇଛି । ପୂର୍ବରୁ ଜ୍ୟୋତି ପୁରୀକୁ ଆସି ପରିଭ୍ରମଣ କରି ଫେରିଥିଲେ । ତେଣୁ ତାଙ୍କ ସହିତ ପ୍ରିୟଙ୍କାଙ୍କ ସମ୍ପର୍କକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତରେ ପ୍ରିୟଙ୍କା ଓ ତାଙ୍କ ପରିବାର ପୁଲିସକୁ ସହଯୋଗ କରୁଛନ୍ତି । ପୁରୀ ପୁଲିସ ମଧ୍ୟ ତଦନ୍ତରେ ଏନ୍ଆଇଏ ଓ ରାଜ୍ୟ ଗୁଇନ୍ଦା ବିଭାଗ ଏବଂ ହରିୟାଣା ହିସାର ପୁଲିସକୁ ସହଯୋଗ କରୁଛି । ପ୍ରିୟଙ୍କାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେ କଣ ପୋଷ୍ଟ କରିଥିଲେ, କଣ ଡ଼ିଲିଟ କରିଛନ୍ତି, କଲ ଡ଼ିଟେଲ ରେକର୍ଡ଼ ଓ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟିକିନିଖି ଯାଞ୍ଚ କରାଯାଉଛି । ପ୍ରିୟଙ୍କା ପୁରୀରେ ଅଛନ୍ତି । ଜ୍ୟୋତି ପୁରୀ ଗସ୍ତରେ ଆସିଥିବା ବେଳେ କେଉଁ କେଉଁ ସ୍ଥାନକୁ ଯାଇଥିଲେ ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛି ବୋଲି ଏସ୍ପି ବିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି  ।