ପ୍ରେମ-ସମ୍ପର୍କ-ପ୍ରତାରଣା : ଇନ୍ସପେକ୍ଟର ଗିରଫ

ମହିଳା ଏସ୍‌ଆଇଙ୍କୁ ବିବାହର ପ୍ରତିଶ୍ରୁତି ଦେଇ କୁକର୍ମ 

ଭୁବନେଶ୍ୱର : ପୁଲିସ ବିଭାଗରେ ବି ଲଭ, ସେକ୍ସ, ଧୋକା । ଯାହା ଏବେ ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି । ଜଣେ ମହିଳା ଏସଆଇଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରବାର କୁକର୍ମ କରିଥିବା ଜଣେ ଇନ୍ସପେକ୍ଟର ଶେଷରେ ତାଙ୍କୁ ଧୋକ୍କା ଦେଇଦେଲେ । ଏନେଇ ମହିଳା ଥାନାରେ ଅଭିଯୋଗ ହୋଇଥିବାବେଳେ ପୁଲିସ ଇନ୍ସପେକ୍ଟର ରୋଶନ ଆଚାର୍ଯ୍ୟ ଓରଫ ତୋଷବନ୍ତକୁ ଗିରଫ କରାଯାଇଛି । ଭୁବନେଶ୍ୱରର ଏକ ଥାନାରେ ସବ୍‌-ଇନ୍ସପେକ୍ଟର ଭାବେ କାମ କରୁଥିବା ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଏହି ପଦକ୍ଷେପ ନେଇଛି । ପୋଲିସ୍‌ ମୁଖ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୂତନ ପଦୋନ୍ନତି ପାଇଥିବା ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ମହିଳା ଥାନା ପୁଲିସ୍‌ ଦ୍ୱାରା କୁକର୍ମ ଓ ଧୋକା ଅଭିଯୋଗରେ ଗିରଫ କରାଯାଇଛି । 

        ଅଭିଯୋଗକାରୀ ଜଣେ ମହିଳା ସବ୍‌-ଇନ୍ସପେକ୍ଟର ହୋଇଥିବାବେଳେ ଏହା ପୁଲିସ ବିଭାଗରେ ନୈତିକତା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି ? ସୂଚନା ଅନୁଯାୟୀ, ଅଧିକାରୀ ଜଣକ ନିକଟରେ ସବ୍‌-ଇନ୍ସପେକ୍ଟରରୁ ଇନ୍‌-ଚାର୍ଜ ପଦବୀକୁ ପଦୋନ୍ନତି ପାଇଥିବାବେଳେ, ଏଭଳି ଏକ କାଣ୍ଡରେ ଜଡ଼ିତ ହେବା ପୁଲିସ୍‌ ପ୍ରଶାସନ ପାଇଁ ଲଜ୍ଜା ସୃଷ୍ଟିକରିଛି  । ଅଭିଯୋଗକାରୀ ମହିଳା ସବ୍‌-ଇନ୍ସପେକ୍ଟରଙ୍କ ବୟାନ ଅନୁଯାୟୀ, ଅଭିଯୁକ୍ତ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ୧୮ ବର୍ଷ ହେବ ଶାରୀରିକ ଶୋଷଣ କରିଥିଲେ । ଏହା ଲଭ୍‌, ସେକ୍ସ ଓ ଧୋକା ବୋଲି ଅଭିଯୋଗ ହୋଇଥିବାବେଳେ ମହିଳା ଥାନା ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣା ରାଜଧାନୀର ଏକ ପୁଲିସ୍‌ ଷ୍ଟେସନରେ ଘଟିଛି । ଯେଉଁଠାରେ ଅଭିଯୁକ୍ତ ଜଣକ ପୁଲିସ୍‌ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ଓ ଅଭିଯୋଗକାରୀ ମହିଳା ସବ୍‌-ଇନ୍ସପେକ୍ଟର ମଧ୍ୟ ସେହି ଥାନାରେ କାମ କରୁଥିଲେ । ସେ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ତାଙ୍କ ବିଶ୍ୱାସ ଓ ଭାବନାରେ ଖେଳି ବାରମ୍ବାର ବାରମ୍ବାର ବିଭିନ୍ନ ଜିଲ୍ଲାକୁ ଯାଇ ତାଙ୍କୁ କୁକର୍ମ କରିଛନ୍ତି । ପରେ ବିବାହର ପ୍ରତିଶ୍ରୁତି ଦେଇଥିଲେବି ଧୋକା ଦେଇଛନ୍ତି । ପୁଲିସ୍‌ କମିଶନର ଏସ୍‌ ଦେବଦତ୍ତ ସିଂହ ଏହି ଘଟଣାରେ ଅନୁସନ୍ଧାନର ନିର୍ଦ୍ଦେଶ ଦେଇଛନ୍ତି ।