ଫେବୃଆରୀ ୧ରୁ ତମାଖୁ ମହଙ୍ଗା

ଫେବୃଆରୀ ୧ରୁ ତମାଖୁ ମହଙ୍ଗା

ଗୁଟଖା ପ୍ରସ୍ତୁତିର ହେବ ରେକର୍ଡିଂ

ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୧ରୁ ଗୁଟଖା ମହଙ୍ଗା ହୋଇଯିବ । ଏବେ ଗୁଟ୍‌ଖାରେ ୪୦% ଜିଏସଟି ଲାଗୁଥିବାବେଳେ ଉତ୍ପାଦନ ଶୁଳ୍କ ଓ ଲେଭି ବୃଦ୍ଧି କରାଯାଇଛି । ଫଳରେ ତମାଖୁ ଓ ଜର୍ଦ୍ଦାରେ ଉତ୍ପାଦନ ଶୁଳ୍କ ୮୨% ଓ ଗୁଟଖାରେ ୯୧% ଲେଭି ଲାଗିବ । ଏତଦବ୍ୟତୀତ ଉତ୍ପାଦନକାରୀମାନେ ସିସିଟିଭି ଲଗାଇବ । ସମସ୍ତ ପ୍ୟାକିଂ ମେସିନରେ ଏହା ଲାଗିବା ସହ ଏହାର ଭିଡ଼ିଓ ୨୪ ମାସ ପାଇଁ ସଂରକ୍ଷିତ ରହିବ । ପ୍ରତ୍ୟେକ ଉତ୍ପାଦନକାରୀ କେତେ ପ୍ୟାକିଂ ମେସିନ୍‌ ରଖିଛନ୍ତି ଓ ଏହାର ସାମର୍ଥ୍ୟ କେତେ ଏସଂକ୍ରାନ୍ତୀୟ ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରିବେ । ସେହିପରି ଯଦି କୌଣସି ମେସିନ୍‌ ୧୫ ଦିନ ଧରି ଅଚଳ ରହିଥିବ ତେବେ ସେନେଇ ତଥ୍ୟ ବି ପ୍ରଦାନ କରିବେ । କେନ୍ଦ୍ରୀୟ ଏକ୍ସାଇଜର ଡେପୁଟି କମିଶନର କିମ୍ବା ଆସିଷ୍ଟାଣ୍ଟ କମିଶନର ସଂପୃକ୍ତ ଗୁଟଖା କମ୍ପାନୀକୁ ଯାଇ ବ୍ୟକ୍ତିଗତ ଭାବେ ଯାଞ୍ଚ କରିବେ ।