ପ୍ରୟୋଗ ତାଲିମ ଶିବିର ଉଦଘାଟିତ
ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ଲୋହରାପାଲି ସରକାରୀ ପଞ୍ଚାୟତ ହାଇସ୍କୁଲ,ଖଡ଼ିଆଳ ସ୍ଥିତ ବିଆରସି ସଭାଗୃହ ଓ ତୁକୁଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦ୍ୱିତୀୟ ପ୍ରଯ୍ୟାୟ ପ୍ରୟୋଗ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ତୁକୁଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଭାଗୃହ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାଏକ,ଲୋହରାପାଲି ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟଦେବ ପଣ୍ଡା,ଖଡ଼ିଆଳ ସ୍ଥିତ ବିଆରସି ସଭାଗୃହ ପରିସରରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ପରେଶ କୁମାର ପଣ୍ଡା ଯୋଗଦାନ କରି ଶୁଭ ଉଦଘାଟନ କରିଥିଲେ ।