ସରକାରଙ୍କ ନିଦେ୍ର୍ଦଶକୁ ବେଖାତିର କରି ବିଦୁ୍ୟତ୍ କାଟ
ରାଜନଗର : ଅସହ୍ୟ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ସକାଳ ୮ଟା ବାଜିଲେ ଉତାପ ବୃଦ୍ଧି ପାଇବାରେ ଲାଗୁଛି । ଘରୁ ବାହାରକୁ ଯିବା ମଧ୍ୟ କଷ୍ଟକର ହୋଇପଡୁଛି । ଖାଲି ଦିନରେ ରାତିରେ ମଧ୍ୟ କିଛିଦିନ ହେବ ଅସହ୍ୟ ଗରମ ହେଉଛି । ଏଭଳି ଅସହ୍ୟ ଗରମ ସମୟରେ ବିଦୁ୍ୟତ୍ ବିଭାଗ ଦାଉ ସାଧୁଛି । ବିନା ପବନ ଓ ବର୍ଷା ନଥିବା ବେଳେ ଘଂଟା ଘଂଟା ଧରି ଅଘୋଷିତ ବିଦୁ୍ୟତକାଟ ହେଉଛି । ଯାହାକି ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଗ୍ରୀଷ୍ମ ସମୟରେ ବିଦୁ୍ୟତ୍ କାଟ୍ କରାଯିବନି ବୋଲି ଘୋଷଣା କରିଥିବା ବେଳେ ବିଦୁ୍ୟତ୍ ବିଭାଗ ଏହାକୁ ତିଳେ ମାତ୍ର ଖାତିର କରୁନି । ଦିନ ହେଉ ବା ରାତି ଘଂଟା ଘଂଟା ଧରି ବିଦୁ୍ୟତ୍ କାଟ୍ନ ହେଉଛି । ଯାହାକି ଜନଜୀବନକୁ ଆହୁରି ବ୍ୟତିବ୍ୟସ୍ତ କରିପକାଉଛି । ରାତିରେ ବିଦୁ୍ୟତ୍ କାଟ୍ ଫଳରେ ଲୋକମାନେ ଠିକ ଭାବେ ଶୋଇ ପାରୁ ନ ଥିବା ଅଭିଯୋଗ ହୋଇଛି ।
ଅପରପକ୍ଷରେ ସକାଳୁ ଘଂଟା ଘଂଟା ଧରି ବିଦୁ୍ୟତ୍ ପାନୀୟଜଳ ପ୍ରକଳ୍ପଗୁଡିକ ପ୍ରଭାବିତ ହେଉଛି । ବିଦୁ୍ୟତ୍ ବିଭାଗ ପାଇଁ ରାତିରେ ଲୋକେ ଶୋଇ ପାରୁ ନ ଥିବା ବେଳେ, ଦିନରେ ପାଣି ପାଇବାରୁ ବଂଚିତ ହେଉଛନ୍ତି । ଏଭଳି ଘଟଣା ରାଜନଗର ବ୍ଲକ୍ରେ ବାରମ୍ବାର ଘଟୁଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ ନିଘୋଡ ନିଦ୍ରାରେ ଶୋଇଛନ୍ତି । ଦିନବେଳା ୪ ରୁ ୫ଥର ବିଦୁ୍ୟତ୍ କାଟ୍ ହୋଇଥିବା ବେଳେ, ରାତିରେ ଦୀର୍ଘ ସମୟ ଧରି ବିଦୁ୍ୟତ୍ କାଟ୍ ହୋଇଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସକାଳେ ବିଦୁ୍ୟତ୍ କାଟ୍ ହେଉଥିବାରୁଲୋକମାନେ ପିଇବା ପାଣି ପାଇବାରୁ ବଂଚିତ ହୋଇଥିଲେ । ବିଭାଗୀୟ ଯନ୍ତ୍ରୀଙ୍କୁ ଫୋନ କଲେ ବିଭିନ୍ନ ବାହାନାରେ ଉତ୍ତର ଦେଉଥିବା ନେଇ ଉପଭୋକ୍ତା ଅଭିଯୋଗ କରିଛନ୍ତି । ସବୁଠାରୁ ବଡକଥା ହେଲା, ଲୋକମାନେ ସବ୍୍ଡିଭିଜନ କାର୍ଯ୍ୟାଳୟକୁ ସହକାରୀ ଯନ୍ତ୍ରୀଙ୍କୁ ଅଭିଯୋଗ କରିବାକୁ ଯାଉଥିଲେ ମଧ୍ୟ ତାଙ୍କର ଦେଖା ମିଳୁନି । ସପ୍ତାହର ଅନେକ ଦିନ ଅନୁପସ୍ଥିତ ରହୁଥିବା ଅଭିଯୋଗ ହେଉଛି । ଏସମ୍ପର୍କରେ ସହକାରୀ ଯନ୍ତ୍ରୀ ସତ୍ୟପ୍ରକାଶ ସାହୁଙ୍କୁ ପଚାରିବାରୁ ଆମ ଲାଇନକୁ କିଏ କାଟି ଦେଉଛି କହି କଥାକୁ ଏଡାଇ ଯାଇଥିଲେ । ଏନେଇ ବିଭାଗୀୟ କେନ୍ଦ୍ରାପଡା ନିର୍ବାହୀ ଯନ୍ତ୍ରୀ ପ୍ରତାପ ସ୍ୱାଇଁଙ୍କୁ ପଚାରିବାରୁ ଏତେ ସମୟ ଧରି ବିଦୁ୍ୟତ୍ କାଟ୍ କଥାକୁ ସେ ବିଶ୍ୱାସ କରି ନ ଥିଲେ । ସନ୍ଧ୍ୟା ସମୟରେ କାଳବୈଶାଖୀ ଝଡବର୍ଷା ଓ ବଜ୍ରପାତକୁ ଦୃଷ୍ଟିରେ ବିଦୁ୍ୟତ୍ କାଟ୍ କରାଯାଇଥିବା କହିଥିଲେ । ମାତ୍ର ରାଜନଗର ବ୍ଲକ୍ରେ କାଳବୈ÷ଶାଖୀ ଝଡବର୍ଷା ଓ ବଜ୍ରପାତ ହୋଇ ନ ଥିବା କହିବାରୁ ସେ ଏସମ୍ପର୍କରେ ସହକାରୀ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ, ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକୁ ବିଭାଗୀୟ ଯନ୍ତ୍ରୀ ବେଖାତିର କରି ଅଘୋଷିତ ବିଦୁ୍ୟତ୍ କାଟ୍ କରୁଛନ୍ତି କାହିଁକି? ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ କଥାକୁ ବିଦୁ୍ୟତ୍ ବିଭାଗର ସହକାରୀ ଯନ୍ତ୍ରୀ ଓ ଯନ୍ତ୍ରୀ ନ ମାନିବା ଘଟଣା ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।