କଂଗ୍ରେସ ଇଭିଏମକୁ ଦୋଷ ଦେବା ଛାଡୁ: ଓମାର
ଶ୍ରୀନଗର: ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ରବିବାର କଂଗ୍ରେସ ଦଳକୁ ଏକ ବଡ଼ ପରାମର୍ଶ ଦେଇଛନ୍ତି । ଅବଦୁଲ୍ଲା କଂଗ୍ରେସ ଦଳକୁ ଇଭିଏମ ବିଷୟରେ ବାରମ୍ବାର ଅଭିଯୋଗ କରିବା ବନ୍ଦ କରିବାକୁ ଏବଂ ନିର୍ବାଚନ ଫଳାଫଳକୁ ଗ୍ରହଣ କରିବାକୁ କହିଛନ୍ତି । ନିକଟରେ ଅନୁଷ୍ଠିତ ଅନେକ ରାଜ୍ୟର ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବା ପରେ କଂଗ୍ରେସ ଦଳ ଇଭିଏମ୍ ରେ ତ୍ରୁଟି ହୋଇଥିବା ଦାବି କରିଛି । ପରିବାରବାଦ ଅଭିଯୋଗ ସମେତ ଅନେକ ପ୍ରସଙ୍ଗରେ ଓମାର ଅବଦୁଲ୍ଲା ମଧ୍ୟ ମତ ରଖିଛନ୍ତି ।
ଓମାର ଅବଦୁଲ୍ଲା ବିଜେପିର ବଂଶବାଦ ରାଜନୀତି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହି ପ୍ରସଙ୍ଗରେ ସେ କହିଛନ୍ତି ଯେ ରାଜନୈତିକ ପରିବାର ସହ ଜଡ଼ିତ ହେବା ଜୀବନବ୍ୟାପୀ ସଫଳତାର ଚାବିକାଠି ନୁହେଁ ।
ଏଥିସହିତ ଓମାର ଏହା ମଧ୍ୟ କହିଛନ୍ତି ଯେ ବିଜେପି କାହିଁକି ନିଜ ସହଯୋଗୀ ଦଳମାନଙ୍କ ଆଗରେ ଏହି ପ୍ରସଙ୍ଗ ଉଠାଉନାହିଁ, ଯେଉଁମାନଙ୍କ ଉପରେ ପରିବାରବାଦକୁ ପ୍ରୋସôାହନ ଦେଉଥିବା ଅଭିଯୋଗ ହୋଇପାରେ । ଓମାର ମଧ୍ୟ ତାଙ୍କ ପୁଅମାନଙ୍କ ରାଜନୀତି ପ୍ରବେଶ ଉପରେ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କର ଦୁଇ ପୁଅ ଜାମିର ଓ ଜାହିର ଓକିଲ ନିକଟରେ ଅନୁଷ୍ଠିତ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ସମୟରେ ବାପାଙ୍କ ସହ ନିର୍ବାଚନ ପ୍ରଚାରରେ ଭାଗ ନେଇଥିଲେ । ତାଙ୍କ ପରିବାରର ଚତୁର୍ଥ ପିଢ଼ି ରାଜନୀତିରେ ଯୋଗ ଦେବେ କି ବୋଲି ପଚରାଯିବାରୁ ଓମାର କହିଛନ୍ତି, ସେମାନେ ଯାହା ବି ଚାହୁଁଛନ୍ତି, ସେମାନଙ୍କୁ ନିଜେ ପ୍ରସ୍ତୁତ କରିବାକୁ ପଡ଼ିବ । ସେମାନଙ୍କୁ ଥାଳିରେ ରଖି କେହି କିଛି ଦେବେ ନାହିଁ ।