ସ୍କାଉଟ୍ ଆଣ୍ଡ୍ ଗାଇଡ୍ସ ପ୍ରଶିିକ୍ଷଣ ଉଦ୍ୟାପିତ

 ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଟ ଗାଇଡ୍ ପକ୍ଷରୁ ହିଞ୍ଜିଳିକାଟୁ ବ୍ଳକ ଗଣ୍ଡଳା ଗଣେଷ ବିଦ୍ୟାପିଠ ପରିସରରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ତ୍ରୀଦିବସୀୟ ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପେଟନ ପ୍ରଶିକ୍ଷଣ ଶିବିର ଶନିବାର ଉଦଯାପିତ ହୋଇଯାଇଛି  । ଉଦଘାଟନି ଉସôବରେ ମୁଖ୍ୟ ଅତିଥି ଭାବେ ବେଲେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଅମିତା ପଣ୍ଡା ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ  । ସମ୍ମାନିତ ଅତିଥି ଭାବେ ଗଣେଷ ବିଦ୍ୟାପିଠର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଲଡୁକିଶୋର ପାଢି, ଜିଲ୍ଲା ସ୍କାଉଟ ଗାଇଡ୍ ସମ୍ପାଦକ ଭାଗିରଥି ସ୍ୱାଇଁ, ଜିଲ୍ଲା ସହକାରୀ କମିଶନର ତଥା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମହରି ସାହୁ ପ୍ରମୁଖ ଯୋଗ ଦେଇଥିଲେ  । ଆୟୋଜିତ ଶିବିରରେ ଗଞ୍ଜାମ ଜିଲ୍ଲାର ବହୁ ସରକାରୀ ଓ ବେସରକାରୀ ବିଦ୍ୟାଳୟର ୬୫ ଜଣ ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପେଟନ ପ୍ରଶିକ୍ଷଣ ଗ୍ରହଣ କରିଥିଲେ  । ସ୍କାଉଟ ଗାଇଡର ଇତିହାସ, ପୋଷାକ, ବିଦ୍ୟାଳୟରେ ଭାରତ ସ୍କାଉଟ ଗାଇଡକୁ କିପରି ଆଗକୁ ନିଆଯାଇପାରିବ ସେ ସର୍ମ୍ପକରେ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ  । ପେଟ୍ରୋଲ ସିଷ୍ଟମ, କ୍ୟାମ୍ପ ଫାୟାର ସମେତ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଅନ୍ୟାନ ଦିଗ ସର୍ମ୍ପକରେ ତାଲିମ ପ୍ରଦାନ କରାଯାଇଥିଲା  ।