ଅସହାୟ ପରିବାରକୁ ସହାୟତା
।ା ପ୍ରଭାନୁ୍ୟଜ୍ ।ା କନ୍ଧମାଳ: ଅସହାୟ ପରିବାରକୁ ସହଯୋଗର ହାତ ବଢାଇଲା ଖଜୁରିପଡା ମାଁ ସୁରାଦେଇ ଫ୍ରେଣ୍ଡସ୍ କ୍ଲବ ସ୍ୱେଚ୍ଛସେବୀ ସଙ୍ଗଠନ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକ୍ ଅନ୍ତର୍ଗତ ଦୁତୀ ମେଣ୍ଡି ପଞ୍ଚାୟତ ମଲିକ ସାହିର ଜମ୍ବେଶ୍ୱର ସେଠୀ( ୮୫) ତାଙ୍କର ଏକମାତ୍ର ପୁଅ ଗୋପବନ୍ଧୁ ସେଠୀ ମୃତୁ୍ୟବରଣ କରିବା ପରେ ଜଣେ ବୃଦ୍ଧ ବୟସ୍କ ବ୍ୟକ୍ତି ସେ ଓ ତା'ର ଦୁଇନାତିକୁ ନେଇ କିପରି ବଞ୍ଚିବ ତାହା ନେଇ ସେପ୍ଟେମ୍ବର ମାସ ୩୦ ତାରିଖ ଦିନ ବିଶ୍ୱବାଣୀ ନୁ୍ୟଜ ପେପରେ ଖବର ପ୍ରସାରିତ ହୋଇଥିଲା । ସେହି ଖବର କାଗଜ ଦେଖି ଖଜୁରୀପଡାର ଖୁବ୍ କମ୍ ଦିନରେ ଗଠନ ହୋଇ ଅଞ୍ଚଳର ଲୋକ ମାନଙ୍କ ସୁଖ ଦୁଃଖରେ ସହଯୋଗର ହାତ ବଢାଇ ନିକଟରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱଚ୍ଛତା ଅଭିଯାନ କରି ଜନ ସାଧାରଣ ତଥା ପ୍ରଶାସନର ପ୍ରଶଂସା ଭାଜନ ହୋଇପାରିଥିବା ମା’ସୁରାଦେଇ ଫ୍ରେଣ୍ଡସ୍ କ୍ଲବ ପହଞ୍ଚି ରାସନ ସାମଗ୍ରୀ ସହ କିଛି ଅର୍ଥରାଶି ପ୍ରଦାନ କରି ସହଯୋଗର ହାତ ବଢାଇଛି । ଏଥିରେ କ୍ଲବର ସଭାପତି ବିମଳ ମଲିକ, ସମ୍ପାଦକ ବୁଦ୍ଧିଆ ଗଣ୍ଡା, ଉପସଭାପତି ସୁଧାଂଶୁ ବେହେରା ସମେତ ହରିଶ୍ଚନ୍ଦ୍ର ବେହେରା, ଜିତେନ୍ଦ୍ର ମଳିକ, ତରଣୀସେନ ମଲିକ, ସୁଶିଲ ବେହେରା,ପ୍ରଦୀପ ଦିଗାଲ , ଅଶୋକ ବେହେରା, ଶାନ୍ତନୁ ପାତ୍ର ପ୍ରମୁଖ ଯୋଗ ଦେଇ ଥିଲେ । କ୍ଲବର ଏହି ସହଯୋଗର ମହାନତାକୁ ଦେଖି ଅଞ୍ଚଳରେ ବୁଦ୍ଧିଜୀବୀ ମହଲରୁ କ୍ଲବ କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।