ବସ୍ୟାନନ୍ଦ ଦିଗାଲ ହତ୍ୟା ଘଟଣା ଅପରାଧୀକୁ ଧରିବା ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ପରିବାର
ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପାଙ୍ଗା ଉପରସାହି ପଞ୍ଚାୟତ ମାଲା ଗାଁର ରମେଶ ଦିଗାଲଙ୍କ ପଚିସି ବର୍ଷୀୟ ବସ୍ୟାନନ୍ଦ ଦିଗାଲ ହତ୍ୟା ଘଟଣାରେ ଅଭିଯୁକ୍ତ ମାନଙ୍କ ମୁଖ୍ୟ ସାଖୀର ବୟାନକୁ ନେଇ ଓ ପୁଲିସର ତଦନ୍ତ ପ୍ରକ୍ରିୟାରେ ଅସନ୍ତୋଷ ବ୍ୟକ୍ତ କରିବା ସହ ପ୍ରକୃତ ହତ୍ୟାକାରି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକରି ଶନିବାର ମୃତକର ପରିବାର ଓ ଗ୍ରାମବାସୀ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଗତ ୧୨/୦୬/୨୦୨୩ ତାରିଖ ଦିନ ମୃତ ବସ୍ୟାନନ୍ଦ ଦିଗାଲ କୌଣସି କାମରେ ସକାଳ ନଟାରୁ ଘରୁ ବାହାରି ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କଲାପରେ ମଧ୍ୟ ତାଙ୍କର କୌଣସି ଖୋଜଖବର ମିଳି ନଥିଲା ଓ ଘଟଣାର ଦିନକ ପରେ ଅର୍ଥାତ ଚଉଦ ତାରିଖ ଦିନ ଯୁବକଙ୍କ ମୃତଦେହ ଫିରିଙ୍ଗିଆ ଥାନା ସାଡୀଙ୍ଗିଆ ପଞ୍ଚାୟତ କିଆମୁଣ୍ଡା ଗୁଜାକଡାଉ ଗାଁ ନିକଟରେ ଥିବା ଏକ ପାହାଡ଼ ଉପରେ ଏକ ଗଛରେ ଝୁଲୁଥିବା ପରିବାର ଲୋକେ ଖବର ପାଇଥିଲେ । ପରେ ମୃତ ଯୁବକଙ୍କ ବାପା ରମେଶ ଦିଗାଲ ତାଙ୍କ ପୁଅକୁ ହତ୍ୟା କରାଯାଇ ଗଛରେ ଝୁଲାଇଦେଇ ଥିବା ନେଇ ଫିରିଙ୍ଗିଆ ଥାନାରେ ଏକା ଲିଖିତ ଅଭିଯୋଗ କରିଥିଲେ । ପରେ ଅଭଯୋଗ ଆଧାରରେ ଫିରିଙ୍ଗିଆ ଥାନାରେ ତକôାଳୀନ ଥାନା ଅଧିକାରୀ ତପନ କୁମାର ନାହାକ ସାଇଣ୍ଟିଫିକ ଟିମ ସହ ପହଞ୍ଚି ପାହାଡ଼ ଉପରୁ ଯୁବକଙ୍କ ଗଳିତ ମୃତ ଦେହକୁ ଜବତ କରିବା ସହ ୯୮/୨୦୨୩ରେ ଏକ ହତ୍ୟା ମାମଲା ରୁଜୁକରି ଦତନ୍ତ ଆରମ୍ଭ କରିଥିଲେ । ପରେ ଏହି ଘଟଣାରେ ପୁଲିସ ମୃତ ଯୁବକଙ୍କ ପ୍ରେମିକା ସହ ପ୍ରେମିକାର ବାପା, ଭାଇ, ଭିଣୋଇ ଓ ବାଲିଗୁଡା ଅଞ୍ଚଳର ଜଣେ ଯୁବକଙ୍କୁ ମିଶାଇ ସମୁଦାୟ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଇତିମଧ୍ୟରେ ଏହି ଘଟଣାକୁ ପ୍ରାୟ ଷୋହଳ ମାସ ବିତିଯାଇଥିବା ବେଳ କିଛିଦିନ ତଳେ ଗିରଫ ହୋଇଥିବା ଅଭି ଯୁକ୍ତ ମାନେ ଜାମିନ ପାଇ ବାହାରେ ବୁଲୁଥିବା ବେଳେ ପୁଲିସ ର ଦଦନ୍ତ ପ୍ରକ୍ରିୟା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପରିବାର ଲୋକେ ଓ ଅନ୍ୟପଟେ ଅଭିଯୁକ୍ତମାନଙ୍କ ପକ୍ଷରୁ ସେହି ଗୁଜାକଡାଉ ଗାଁ ର କୈଳାସ କହଁର ନାମକ ଜଣେ ବ୍ୟକ୍ତି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଦେଇଥିବା ବୟାନ ଏବେ ଘଟଣାର ମୋଡ଼ ବଦଳାଇ ଦେଇଛି । ମୃତକଙ୍କ ବାପା ରମେଶ ଦିଗାଲ କହିବା ଅନୁସାରେ ଗତ କିଛିଦିନ ତଳେ ମାନ୍ୟବର ଅଦାଲତ ରେ ଏହି ଘଟଣାର ସାକ୍ଷ ଗ୍ରହଣ କରାଯାଉଥିଲା ଓ ଅଭିଯୁକ୍ତ ମାନଙ୍କ ପାଖରୁ ସାକ୍ଷ ଦେଇଥିବା ବ୍ୟକ୍ତି ଜଣକ ମାନ୍ୟବର ଅଦାଲତ ଙ୍କ ସମ୍ମୁଖରେ ବସ୍ୟାନନ୍ଦ କୁ କୁଆଡେ ମାଓବାଦୀ ମାନେ ମାରିଥିବା ବୟାନ ଦେଇଥିଲେ ଓ ପରେ ଯୁବକଙ୍କ ଏହି ମାଓବାଦୀ ହତ୍ୟା କରିବା ଘଟଣା ପୁରା ଘଟଣାର ମୋଡ଼ ବଦଳାଇ ଦେଇଥିଲା । ଯୁବକଙ୍କ ବୟାନ ପରେ ପରିବାର ଲୋକେ ନ୍ୟାୟ ପାଇବାର ଆଶା ବର୍ତ୍ତମାନ ମୌଲିଯାଇଥିବା ବେଳେ ବୟାନ ଦେଇଥିବା ବ୍ୟକ୍ତି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ଯଦି ବସ୍ୟାନନ୍ଦ ଙ୍କୁ ମାଓବାଦୀ ହତ୍ୟା କରିଥିଲେ ତାହେଲେ କୋର୍ଟ ରେ ବୟାନ ଦେଇଥିବା ଭକ୍ତି ଜଣକ ଜାଣିଲେ କେମିତି କିମ୍ବା ଯଦି ସେ ତାଙ୍କ ପୁଅକୁ ମାଓବାଦୀ ମାରିଛନ୍ତି କହି ବୟାନ ଦେଲେ ତାହେଲେ କଣ ଯୁବକଙ୍କ ସହ ମାଓବାଦୀ ଙ୍କ ସସହ ତାଙ୍କର ସଂମ୍ପର୍କ ରହିଛି କି ବୋଲି ମୃତକଙ୍କ ପରିବାର ପକ୍ଷରୁ କୁହାଯାଇଛି । କୋର୍ଟରେ ମିଛ ବୟାନ ଦେଇ ଅଭିଯୁକ୍ତ ମାନଙ୍କୁ ଦୋଷମୁକ୍ତ କରିବାରେ ଚେଷ୍ଟା କରୁଥିବା ବ୍ୟକ୍ତି ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବିକରିଛନ୍ତି ଓ ଅନ୍ୟପଟେ ଏହି ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ଙ୍କ ସହ କିଏକିଏ ସାମିଲ ଅଛନ୍ତି ତାହାକୁ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକେ । ଏହାସହ ଶନିବାର ପୁଲିସ କୁ ଭରସା ନକରି କନ୍ଧମଳ ଏସପିଙ୍କ ପାଖରେ ଲିଖିତ ଅଭି ଯୋଗ କରିଛନ୍ତି ମୃତ ଯୁବକଙ୍କ ପରିବାର ଲୋକଙ୍କ ସହ ମାଲା ଗାଁର ଜନସାଧାରଣ ଓ ସୂଚନା ଯୋଗ୍ୟ ମାନ୍ୟବର ଅଦାଲତଙ୍କ ଆଗରେ ଏହି ଘଟଣାକୁ ନେଇ ବୟାନ ଦେଇଥିବା ଯୁବକ ଜଣକ କିଛିମାସ ତଳେ ମାଓ ସମ୍ପୃକ୍ତି ଥିବା ଅଭିଯୋଗରେ ପୁଲିସ ଦ୍ୱାରା ଗିରଫ ହୋଇଥଲା । ଅନ୍ୟପଟେ ନ୍ୟାୟ ନମିଳିଲେ ଉଚନ୍ୟାୟାଳୟର ଦ୍ୱାରସ୍ତ ହେବା ସହ କ୍ରାଇମ ବ୍ରାଞ୍ଚ କୁ ଅବଗତ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।