୨୩ରେ ଲଘୁଚାପ : ୨୫ ପର୍ଯ୍ୟନ୍ତ ପ୍ରବଳ ବର୍ଷା
RAIN IN ODISHA

ଭୁବନେଶ୍ୱର : ଆସନ୍ତାକାଲି ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବ । ଯାହାକି ଉତ୍ତର ପଶ୍ଚିମଦିଗରେ ଗତି କରିବ । ଏହାର ପ୍ରଭାବରେ ସେପ୍ଟେମ୍ବର ୨୩ ବେଳକୁ ଉତ୍ତର ପଶ୍ଚିମ ଓ ଉତ୍ତର କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ଠାରୁ ୨୫ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବାର ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି । ସେହିପରି ସେପ୍ଟେମ୍ବର ୨୨ରେ ମାଲକାନାଗିରି, କୋରାପୁଟ, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀରେ ମଧ୍ୟ ପ୍ରବଳ ବର୍ଷା ହେବାନେଇ ପୂର୍ବାନୁମାନ କରାଯାଇଛି । ଏହାଛଡ଼ା ସେପ୍ଟେମ୍ବର ୨୩ରେ ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ନୟାଗଡ଼, ଖୋର୍ଦ୍ଧା ଓ ପୁରୀରେ ମଧ୍ୟ ପ୍ରବଳ ବର୍ଷା ହେବ । ଯେତେବେଳେକି ସେପ୍ଟେମ୍ବର ୨୪ ଓ ୨୫ରେ ମାଲକାନାଗିରି, କୋରାପୁଟ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।