ବକ୍ତୃତା ପ୍ରତିଯୋଗିତା
ରାଜନଗର: ରାଜନଗର ବ୍ଲକ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶତବାର୍ଷିକୀ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ମେଜର ମନୋରଂଜନ ମହାନ୍ତି ପୈ÷ାରହିତ୍ୟ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଡଃ ପ୍ରଣତି ନାୟକ, ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ରାଜଶ୍ରୀ ସାମନ୍ତ, ଅଧ୍ୟାପକ ପ୍ରତାପ ସ୍ୱାଇଁ, ସଂଗ୍ରାମକେଶରୀ ବେହୁରା ବିଚାରକ ଭାବେ ମୂଲ୍ୟାୟନ କରିଥିଲେ । ଏହି ପ୍ରତିଯୋଗୀତାରେ ଶୁଭଶ୍ରୀ ବଳ(ପ୍ରଥମ), ସ୍ୱର୍ଣ୍ଣଲତା ଦାସ(ଦ୍ୱିତୀୟ) ଓ ଶ୍ରାବଣୀ ସ୍ୱାଇଁ (ତୃତୀୟ) ସ୍ଥାନ ଅଧିକାର କରିଛନ୍ତି ।