ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ


 ସୋର: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅଧିନ ଅନନ୍ତପୁର ଗ୍ରାମ ପଞ୍ଚାୟତର ଅବସ୍ଥିତ ସର୍ବ ପ୍ରାଚୀନ ଶ୍ରୀ ଜଗନ୍ନାଥ ମନ୍ଦିର ଅନନ୍ତପୁରର ଆଗାମୀ ଦଶମ ବାର୍ଷିକ ଉତ୍ସବ ଓ ରଥଯାତ୍ରା ନିମନ୍ତେ ଏକସାଧାରଣ ସଭା ମନ୍ଦିର କମିଟିର ସଭାପତି ନିତ୍ୟାନନ୍ଦ କରଙ୍କ ସଭାପତିତ୍ୱରେ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ବାର୍ଷିକ ଉତ୍ସବ ପାଇଁ ଯୋଜନା ପ୍ରସ୍ତୁତ ସହ ପାଞ୍ଚ ଜଣଙ୍କୁ ସମ୍ବର୍ଦ୍ଧନା  ଦିଆଯିବ ବୋଲି  ଚୟନ କମିଟି  ସ୍ଥିର କରିଥିଲା । ରଥଯାତ୍ରା ଯେପରି ଶୃଙ୍ଖଳିତ ଭାବରେ ପାଳନ କରାଯିବ ସେଥିପାଇଁ ପାଇଁ ଏକ କମିଟି ଗଠନ କରାଯାଇଛି । ସ୍ଥାନୀୟ ଶ୍ରୀମଦଭାଗବତ ପ୍ରଜ୍ଞା ପୀଠ, ଚିତ୍ତୋଳ, ମା ତାରିଣୀ ମନ୍ଦିର, ଅନନ୍ତପୁର, ମା ମଙ୍ଗଳା ମନ୍ଦିର, ଅନନ୍ତପୁର, ବ୍ଲୁ ଷ୍ଟାର କ୍ଲବ, ବାବାମଣି ମଠ ସାହି କ୍ଲବ, ମା ଯୁଗେଶ୍ୱରୀ କ୍ଲବ ଅଇଁରୀ, କାଂଶ ବାଂଶ ଯୁବ ପରିଷଦ, ଜୟ ଜଗନ୍ନାଥ ସେବା ସଂଗଠନ, ପୁଜ୍ୟ ପୂଜା ସଂସଦ ସେବା ସଂଗଠନ ରେୱଦା,ବେଦମାତା ଗାୟତ୍ରୀ ପ୍ରଜ୍ଞା ପୀଠ, ଅଇଁରୀ ଅ ।ଦି ଅନୁଷ୍ଠାନର ସବୁକର୍ମ କର୍ତ୍ତାମାନଙ୍କୁ ସହଯୋଗ ପାଇଁ ଅନୁରୋଧ କରାଯିବାକୁ  ନିଷ୍ପତି ନିଆଯାଇଥିଲା । ସର୍ବଶେଷରେ ଏହି କାର୍ଯ୍ୟକ୍ରମର ସଫଳ ତା ପାଇଁ ସମସ୍ତଙ୍କୁ ନିବେଦନ କରାଯାଇଥିଲା ।