ଇନ୍ଦିରା ଗାନ୍ଧୀ ମହିଳା କଲେଜ ବାର୍ଷିକୋତ୍ସବ
ବ୍ୟାସନଗର: ଇନ୍ଦିରା ଗାନ୍ଧୀ ମହିଳା କଲେଜ ବ୍ୟାସନଗରର ୩୭ତମ ବର୍ଷିକୋତ୍ସବ ଅଧ୍ୟକ୍ଷା ଲଳିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି କୋରେଇ ବିଧାୟକ ଆକାଶ ଦାସନାୟକ ଯୋଗଦେଇ ଥିଲେ । ବକ୍ତା ଭାବେ ବ୍ରହ୍ମପୁର କଲେଜ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡ.ସୁରେନ୍ଦ୍ରନାଥ ବେହେରା, ସମ୍ମାନିତଅତିଥି ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଓ ରାଜସ୍ୱ କମିଶନର ଯାଜପୁରର ଅକ୍ଷୟ ମଲ୍ଲିକ ଯୋଗ ଦେଇଥିଲେ । କଲେଜ ଅଧ୍ୟକ୍ଷ ରନôାକର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ଅଧ୍ୟାପକ ଗୋବର୍ଦ୍ଧନ ନାୟକ ସ୍ୱାଗତ ଭାଷଣ ଦେଇଥିଲା ବେଳେ, ଅନ୍ୟତମ ଉପସଭାପତି ଅଧ୍ୟାପିକା ଡ. ହିରଣ୍ମୟୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଚଳିତବର୍ଷର +୩ର ମୁଖପତ୍ର ‘ଅପରାଜିତା' ଓ +୨ର ‘କ୍ୟାଲେଣ୍ଡର'କୁ ସମ୍ପାଦିକା ସୁମିତ୍ରା ରାଉତ, ସମ୍ପାଦକ ଜ୍ୟୋତିପ୍ରକାଶ ରାଉତ, ସାଂସ୍କୃତିକ ବିଭାଗ ଉପସଭାପତି ଅରୁଣ ମିଶ୍ର ଓ ପଦ୍ମଭୁଷଣ ରାଉତରାୟଙ୍କ ସଞ୍ଚାଳନାରେ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଅଧ୍ୟାପିକା ଡ. ହିରଣ୍ମୟୀ ମିଶ୍ର, ଡ. ଯାଜେ୍ଞଶ୍ୱରୀ ପଲେଇ, ଡ. ମମତାମୟୀ ଦାଶ ପିଏଚ୍ଡି ଲାଭ କରିଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତବର୍ଷ ଡିଗ୍ରୀ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ମେଧାବୀ ଛାତ୍ରୀ ସୁପ୍ରଭା ସାହୁ, +୨କଳା ଗୀତାଞ୍ଜଳି ସାହୁ, ବିଜ୍ଞାନ ସୁଭସ୍ମିତା ସ୍ୱାଇଁ ଓ ଧନ୍ଦାମୂଳକରେ ପ୍ରତୀକ୍ଷା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
କାର୍ଯ୍ୟକ୍ରମକୁ ଅଧ୍ୟାପିକା ରୋଜାଲିନ ଦାସ, ଅନିମା ପ୍ରଧାନ, ଆୟେସା ପରିଡା ପରିଚାଳନା କରିଥିଲେ । ଅଧ୍ୟାପିକା ତାରିଣୀ ତନୟା ସର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନ ଅଧ୍ୟାପକ ଅରୁଣ ମିଶ୍ର, ପ୍ରଶାନ୍ତ ରାଉତ, ମଳୟ ମଲ୍ଲିକ, ହୃଷିକେଶ ତ୍ରିପାଠୀ, ଅଧ୍ୟାପିକା ଲିପ୍ସା ମିଶ୍ରଙ୍କ ତତ୍ୱାବଧନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପିକା ସସ୍ମିତା ଆଚାର୍ଯ୍ୟ, ଦୀପ୍ତିମୟୀ ରାଉତ, ରୋଜାଲିନ ମହାନ୍ତି, ଝୁନୁମଣୀ ଜେନା, ରାଜଲକ୍ଷ୍ମୀ ଦାସ, ସୁଚିସ୍ମିତା ବେହେରା, ଦେବଜାନୀ ଦାସ, ଅଧ୍ୟାପକ ଚିତରଞ୍ଜନ ବଳ, ସନ୍ତୋଷ କୁମାର ଜେନା, ସରୋଜ ଜେନା, ସୁରେନ୍ଦ୍ର ମଲ୍ଲିକ, ସ୍ମୃତିଶ୍ରୀ ବେହେରା, ପାୟେଲ ପ୍ରଧାନ, ବବିତା ନାୟକ, କ୍ରୀଡ଼ା ଶୀକ୍ଷକ ଅଶୋକ ଦାସ ପ୍ରମୁଖ ସମସ୍ତ ଅଧ୍ୟାପକ/ଅଧ୍ୟାପିକାଙ୍କ ସମେତ ଗ୍ରନ୍ଥାଗାରିକ ଚିତରଞ୍ଜନ ମଲିକ, କଲ୍ୟାଣୀ ପରିଡା, ପ୍ରଦୀପ ପରିଡା, କ୍ଷୀରୋଦ ରାଉତ, ପ୍ରଶାନ୍ତ ପଲେଇ, ବସନ୍ତ ସେଠୀ, ଦୁର୍ଗାବତୀ ସ୍ୱାଇଁ, ଶିବପ୍ରସାଦ ଦାସ, ବିନାୟକ ପାଢୀ, ଅଶୋକ କୁମାର ଭଞ୍ଜ, ସୁକାନ୍ତି ଦାସ, ସତ୍ୟଭାମା ସ୍ୱାଇଁ, ପ୍ରଶାନ୍ତ ଦାସ, ପବିତ୍ର ଜେନା, ବିଚିତ୍ର ଦଳେଇ, କବିତା କଲ୍ଲୋଳିନୀ ସିହ୍ନା, ଅଚୁ୍ୟତ ମଲିକ, ରମେଶ ସ୍ୱାଇଁ, ଜୟପ୍ରକାଶ ଦାସ, ପ୍ରଦୀପ ଦାସ ପ୍ରମୁଖ କର୍ମଚାରୀ ଓ ଛାତ୍ରୀ ପ୍ରତିନିଧି ପରିଚାଳନାରେ ସହଯୋଗ କରିଥିଲେ ।