ବଦଳି କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

 ନୂଆପଡା:   ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ପଞ୍ଚାୟତ ସମିତି ଖଡ଼ିଆଳରେ କାର୍ଯ୍ୟରତ ବାର ଜଣ କର୍ମଚାରୀଙ୍କ ବଦଳି ଏକା ସାଙ୍ଗରେ ବଦଳି ହୋଇଯାଇଛି । ଏହି ବଦଳି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରସିଂହ ଗଡବା, ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ବଡବାବୁ ବିନୋଦ ବିହାରୀ ପଣ୍ଡା, ଏଇ ବିକର୍ତ୍ତନ ହାଁସଦା, ବିଏଫଓ ରମାକାନ୍ତ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ବଦଳି ହୋଇଥିବା କର୍ମଚାରୀ ପିଇଓ ବିଜୟ ଲଷ୍ମୀ ମହାନ୍ତି, ପିଇଓ ସିମାଞ୍ଚଳ ଶବର, ପିଇଓ ନମିତା ସାହୁ, ପିଇଓ କୁନ୍ତୀ ଶତନାମୀ, ଜେଇ ଶ୍ରୀନାଥ ମୁର୍ମୁ, ଜେଇ ମଧୁସ୍ମିତା ସିଂ, ଉନ୍ନୟନ ଶାଖା ଦାୟିତ୍ୱରେ ଥିବା ଏସଆରଏ ହରି ସିଂ ରାଜପୁତ, କ୍ୟାସିୟର ଦାୟିତ୍ୱରେ ଥିବା ଏସଆରଏ ସରୋଜ ହୋତା ଓ ଏଇ ବିକର୍ତ୍ତନ ହାଁସଦାଙ୍କୁ କ୍ରମାନ୍ୱୟରେ ପୁଷ୍ପଗୁଛ ଓ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଭୂତି ଭୂଷଣ ବିଶି ପରିଚାଳନା କରିଥିବା ବେଳେ ପିଇଓ ପ୍ରଫୁଲ୍ଲ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଡବ୍ଲୁଇଓ ରଜତ କୁମାର ସାହୁ, ବିଏସ୍ଏସ୍ଓ କୁମାର ମାଝୀ, ଜେଇ ସଞ୍ଜୟ ବେହେରା, ଏପିଓ ପ୍ରଦୀପ ଓଝା, ଜେଇ ଦେବାଶିନୀ ଶବର, ସିପି ଶର୍ମା, ଜେଇ ସୁବୁଦ୍ଧି, ପିଇଓ ନରହରି ଜଗତ, ପାର୍ଥ ମୁଣ୍ଡ, ପ୍ରସନ୍ନ ମେହେର, ରେଣୁଧର ମାଝୀ, ଚକ୍ର ସେଠି, ବିକାଶ କଛିଆ ପ୍ରମୁଖ ଉପସ୍ଥିତ ଥିଲେ ।