ବନ୍ଦ ଘରୁ ମୃତଦେହ ଜବତ, ହତ୍ୟା ସନ୍ଦେହ

ବନ୍ଦ ଘରୁ ମୃତଦେହ ଜବତ, ହତ୍ୟା ସନ୍ଦେହ

ନୟାଗଡ଼ : ବନ୍ଦ ଘରୁ ଦୁଇ ନାବାଳକ ଭାଇଙ୍କ ମୃତଦେହ ଜବତ  । ଏପରି ଏକ ଘଟଣାଳ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ  । ଫତେଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କାର୍ଯ୍ୟ ଜାରି ରଖିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ିନାହିଁ  । ତେବେ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ ଉଠୁଛି ।

ସୂଚନା ଅନୁସାରେ, ଧାନଚେଙ୍ଗଡ଼ା ଶିବ ମନ୍ଦିର ନିକଟରେ ଥିବା ଏକ ବନ୍ଦ ଘରୁ ଦୁର୍ଗନ୍ଧ ଆସିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିବାରୁ ଦୁଇ ନାବାଳକଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏହାପରେ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଯାଇଛି । ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଧାନଚାଙ୍ଗଡା ଗ୍ରାମର ଅଚ୍ୟୁତ ମହାନ୍ତିଙ୍କ ପୁଅ ପ୍ରକାଶ ମହାନ୍ତି ୧୫ ବର୍ଷ ତଳେ ବାହା ହୋଇଥିବାବେଳେ ପ୍ରକାଶଙ୍କ ସ୍ତ୍ରୀ ୩ ବର୍ଷ ତଳେ ମୃତ୍ୟୁବରଣ କରିଥିଲେ  । ତାଙ୍କର ଦୁଇଟି ପୁଅ । ବଡ଼ ପୁଅ ୧୪ ବର୍ଷ ହୋଇଥିଲାବେଳେ ସାନପୁଅ ୧୧ ବର୍ଷ  । ପୁନର୍ବାର ପ୍ରକାଶ ଯେ ଦ୍ୱିତୀୟ ବିବାହ ପାଇଁ ଗତକାଲି ପ୍ରସ୍ତାବ ଆସିବା ଜାଣି ଦୁଇ ପୁଅ ଆତ୍ମହତ୍ୟା କରିଥିବା ପୁଅର ବାପା ଅଚ୍ୟୁତ ମହାନ୍ତି କହିଛନ୍ତି  । ଖବର ପାଇ ପୁଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇବା ସହିତ ଦୁଇ ପିଲାଙ୍କ ବାପା ପ୍ରକାଶଙ୍କୁ ଅଟକ ରଖିଥିବା ଜଣାପଡିଛି  ।