ପୂର୍ବତନ ସେନା କର୍ମଚାରୀଙ୍କୁ ସମ୍ମାନ

 ଭୁବନେଶ୍ୱର:  ଭାରତର ଅନ୍ୟତମ ଅଗ୍ରଣୀ ସିମେଣ୍ଟ ଉତ୍ପାଦନକାରୀ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ (ଡିସିବିଏଲ୍‌) ସମଗ୍ର ପୂର୍ବ ଭାରତରୁ ସଶସ୍ତ୍ର ବାହିନୀଗୁଡିକର ଯୁଦ୍ଧ ଭେଟେରାନ ଏବଂ ପୂର୍ବତନ ସେନା କର୍ମଚାରୀ ବିରାଦରୀଙ୍କୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ରାଷ୍ଟ୍ରର ୭୮ତମ ବାର୍ଷିକୀ ‘ସାଲୁ୍ୟଟିଂ ୭୮’ ସହିତ ପାଳନ କରିଛି । ଜନସମୁଦାୟଙ୍କୁ ଏକତ୍ରିତ କରୁଥିବା ଏହି ଉତ୍ସବରେ କମ୍ପାନୀ ବିହାର, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡର ୭୮ଜଣ ଭେଟେରାନଙ୍କ ସାହସ ଏବଂ ଆତ୍ମବଳି ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲା । ଓଡ଼ିଶାରେ ବିବିଧ ପୃଷ୍ଠଭୂମିରୁ ଆସିଥିବା ୨୫ ଜଣ ପୂର୍ବତନ ସେନା କର୍ମଚାରୀଙ୍କୁ ସେମାନଙ୍କର ଅନନ୍ୟ ସାହସ ଏବଂ ରାଷ୍ଟ୍ର ପ୍ରତି ଉତ୍ସର୍ଗୀକୃତ ସେବା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପ୍ରୟାସ ସମ୍ପର୍କରେ ମତ ଦେଇ ଡାଲମିଆ ସିମେଣ୍ଟର ମୁଖପାତ୍ର କହିଥିଲେ ଯେ, “୮୫ ବର୍ଷ ଧରି ଡାଲମିଆ ସିମେଣ୍ଟ କେବଳ ଭିତ୍ତିଭୂମି ନିର୍ମାଣ ନିମନ୍ତେ ଛିଡା ହୋଇନାହିଁ, ତାହାସହିତ ଆମ ରାଷ୍ଟ୍ରକୁ ଏକତା ସୂତ୍ରରେ ବାନ୍ଧି ରଖିଥିବା ମୂଲ୍ୟବୋଧ ପାଇଁ ଛିଡା ହୋଇଛି । ‘ସାଲୁ୍ୟଟିଂ ୭୮’ ସହିତ ଏହି ବ୍ରାଣ୍ଡ୍‌ ସାମୂହିକ ଭାବରେ ଆମ ସ୍ୱାଧୀନତାର ମୂଳଦୁଆ ନିର୍ମାଣ କରିବାରେ ଅଦମ୍ୟ ସାହସର ଏବଂ ଆତ୍ମବଳି ଦେଇଥିବା ସମ୍ମାନାସ୍ପଦ ଭେଟେରାନ ବିରାଦରୀଙ୍କୁ ସମ୍ମାନ ପ୍ରଦର୍ଶନ କରୁଛି ।