ଭୁବନେଶ୍ୱରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ଭୁବନେଶ୍ୱର : ରାଜ୍ୟ ରାଜଧାନୀରେ ପୁଣି ଲଜ୍ଜା । ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ପାଇବା ପରେ ମହିଳା ଥାନା ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଘର ମାଲିକକୁ ଗିରଫ କରିଛି ।
ସୂଚନା ମୁତାବକ, ଗଞ୍ଜାମ ଅଞ୍ଚଳର ନାବାଳିକା ଜଣକ ବାପା-ମା’ଙ୍କ ସହ ଭୁବନେଶ୍ୱରରେ ଏକ ଭଡାଘରେ ରହୁଥିଲେ । ନାବାଳିକା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଘର ମାଲିକ । କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ବାପା-ମା’ ଝିଅଠୁ ସବୁ ଖବର ଜାଣିବା ପରେ ମହିଳା ଥାନାରେ ମାମଲା ରୁଜୁ କରିଛନ୍ତି । ଅଭିଯୁକ୍ତ ଘର ମାଲିକଙ୍କୁ ପୁଲିସ ଗିରଫ କରିଛି । ଖବର ପାଇ ମହିଳା କମିଶନ ସଦସ୍ୟା ଘଟଣାସ୍ଥଳରେ ପୀଡିତାଙ୍କୁ ଭେଟି ବୟାନ ରେକର୍ଡ କରିଛନ୍ତି ।