ବରିଷ୍ଠ ନାଗରିକଙ୍କ ବାର୍ଷିକ ଅଧିବେଶନ
ଆସିକା: ଆସିକା ବାଣୀବିହାର ନିକଟସ୍ଥ ଚିଟିବିନୋଦନ କେନ୍ଦ୍ର ଠାରେ ବରିଷ୍ଠ ନାଗରିକ ମାନଙ୍କ ୨ୟ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନ ରେ ଆସ୍କା ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗଣେଶ ରଥଙ୍କ ଅଧକ୍ଷତାରେ ଗଞ୍ଜାମ ଜିଲ୍ଲା ସଭାପତି ଡାକ୍ତର ଇନ୍ଦୁ ଭୂଷଣ ପଟନାୟକ, ବିଜୁ ପଟ୍ଟନାୟକ ସିନିଅର ସିଟିଜନ ସମ୍ପାଦକ ସିମାଞ୍ଚଳ ବିଷୋୟୀ, କାର୍ଯ୍ୟକାରି ସଭାପତି ବିରୁପାକ୍ଷ ଦାସ,ଉପ ସଭାପତି ନବୀନ କୁମାର ପଟନାୟକ, ବେଲଗୁଣ୍ଠା ଅଭିମନୁ୍ୟ ପଟନାୟକ, କୋଦଳା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ବୁଗୁଡ଼ା ପ୍ରକାଶ ଚନ୍ଦ୍ର ରଥ,କୁକୁଡ଼ାଖଣ୍ଡି ଏ. ସନ୍ୟାସୀ,ଏ ଚିନ୍ତାମଣି,ଅଜିତ ପଟନାୟକ, ଗୋପୀନାଥ ଦାସ, ଭବାନୀ ଶଙ୍କର ରଥ,ପୀତବାସ ମୁନି,ପ୍ରମୁଖ ଉପସ୍ଥିତ ଥିଲେ କ୍ଷ ଆସ୍କା ବରିଷ୍ଠ ନାଗରିକ ସଙ୍ଘର ସମ୍ପାଦକ ବନମାଳୀ ସାମନ୍ତରାୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଗତ ଦୁଇ ବର୍ଷ ହେଲା ବରିଷ୍ଠ ନାଗରିକ ମାନଙ୍କ ପକ୍ଷରୁ ବିଚାର ବିଭାଗୀୟ, ଜାତୀୟ କରଣ ବ୍ୟାଙ୍କ ମାନଙ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥି ସହିତ ବିଭିନ୍ନ ପର୍ବ ପର୍ବାଣୀ, ଜାତୀୟତା ଦିବସ, ଏବଂ କଲେଜ ଓ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ପୂଜା, ପୁରାଣ ପାଠ ପଠନ, ରାମ ଚରିତ୍ର ମାନସ, ଭାଗବତ ବିଷୟ ଅଧୟନ ହୋଇଥାଏ । ବରିଷ୍ଠ ନାଗରିକ ମାନଙ୍କ ଚିତ ବିନୋଦନ କେନ୍ଦ୍ରକୁ ବିଜ୍ଞାପିତ ଅଂଚଳ ପରିଷଦ ଏବଂ ପୂର୍ବତନ ବିଧାୟକଙ୍କ ଆର୍ଥିକ ସହାୟତା ରୁ କିଛି କିଛି ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି । ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ସବୁ ଠାରେ ସ୍ୱତନ୍ତ୍ର ପ୍ରାଥମିକତା ରୂପେ ସୁବିଧା ସୁଯୋଗ ପ୍ରଦାନ, ସବୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାର ଏକ ପ୍ରକାର ପେନ୍ସନର ବ୍ୟବସ୍ତା କରିବାକୁ ଦାବୀ କରିଥିଲେ ।