କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛନ୍ତି କି ନବୀନ ?
Naveen Patanaik, Odisha
ଭୁବନେଶ୍ୱର : ଗଞ୍ଜାମରେ ବିଜେଡ଼ି ଗଡ଼ ଦୋହଲିଯାଇଛି । ଯେଉଁ ଗଞ୍ଜାମରେ ଦିନେ ବିଜେଡ଼ି ଏକପାଖିଆ ବାଜିମାତ୍ କରୁଥିଲା ଆଜି ସେହି ଗଞ୍ଜାମରେ ବିଜେଡ଼ି ମାଟି କାମୁଡ଼ିଛି । ଗତ ନିର୍ବାଚନରେ ବ୍ରହ୍ମପୁର ଓ ଆସିକା ଲୋକସଭା ଆସନ ବିଜେଡ଼ି ହାତରୁ ଖସିଯାଇଛି । ନିଜେ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଅଳ୍ପ ଭୋଟରେ ବାଜିମାତ୍ କରିଛନ୍ତି । ଏବେ ପୂର୍ବତନ ବିଧାୟିକା ଲତିକା ପ୍ରଧାନ ସଂଗୀନ ଅଭିଯୋଗ ଆଣିଛନ୍ତି । ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ବିରୋଧରେ ସେ ନବୀନଙ୍କୁ ତଥ୍ୟ ପ୍ରମାଣ ଦେଇଛନ୍ତି । ତଥ୍ୟ ପ୍ରମାଣ ପାଇବା ପରେ ନବୀନ କାହିଁକି ନୀରବ ଅଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ନବୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଲତିକା ବାଧ୍ୟ ହୋଇ ଗଣମାଧ୍ୟମରେ ମୁହଁ ଖୋଲିଥିବା ଜାଣିବାକୁ ମିଳିଛି ।
ଗଞ୍ଜାମରେ ଆରମ୍ଭ ହୋଇଯାଇଛି ବିଜେଡ଼ି କଳି । ଆସିକା ସାଂସଦ ପ୍ରାର୍ôଥନୀ ରଞ୍ଜିତା ସାହୁଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ । ରଞ୍ଜିତା ବିଜେପି ସହ ମିଶି ବିଜେଡ଼ି ପ୍ରାର୍ଥୀଙ୍କୁ ହରାଇବାକୁ ଉଦ୍ୟମ କରିଥିଲେ । ବିଭୀଷଣ ସାଜି ଦଳୀୟ ପ୍ରାର୍ଥୀଙ୍କୁ ହରାଇଛନ୍ତି । ସେ ବିଜେପି ସହ ହାତ ମିଳାଇ ବିଜେଡ଼ିର କ୍ଷତି କରିଛନ୍ତି । ଦଳବିରୋଧୀ କାମ କରିଥିବାର ପ୍ରମାଣ ମଧ୍ୟ ରହିଛି । ଏନେଇ ସେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଅବଗତ କରିଛନ୍ତି । ରଞ୍ଜିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଗଲେ ଆଗାମୀ ଦିନରେ ଭୟଙ୍କର ସ୍ଥିତି ସୃଷ୍ଟିହେବ । ରଞ୍ଜିତାଙ୍କ ଭଳି ପ୍ରାର୍ଥୀଙ୍କ ପାଇଁ ଆସିକା ସିଟ୍ ବିଜେଡ଼ି ହାତରୁ ଚାଲିଯାଇଛି । ଏସମସ୍ତ ତଥ୍ୟ ପ୍ରମାଣ ସେ ନବୀନଙ୍କୁ ଦେଇଛନ୍ତି ।