ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନର ବାର୍ଷିକ ସମ୍ମିଳନୀ
ମାଲକାନଗିରି: ନ୍ୟାୟିକ ବ୍ୟବସ୍ଥାରେ ଆଇନଜୀବୀଙ୍କ ସ୍ଥାନ ଗୁରୁତ୍ୱପୂର୍ଣ । ନ୍ୟାୟ ମାଗୁଥିବା ଏବଂ ନ୍ୟାୟ ପ୍ରଦାନକାରୀଙ୍କ ମଧ୍ୟରେ ସେମାନେ ସେତୁ ଭାବେ କାମ କରନ୍ତି । ତେଣୁ ଆଇନଜୀବୀଙ୍କ ଦକ୍ଷତା ଉପରେ ଆମର ନ୍ୟାୟ ପ୍ରଦାନକାରୀ ବ୍ୟବସ୍ଥା ନିର୍ଭରଶୀଳ ବୋଲି ମାଲକାନଗିରି ଜିଲ୍ଲା ରେ ପ୍ରଥମ ଥର କରି ଆୟୋଜିତ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏ ସୋସିଏସନର ୫୩ତମ ବାର୍ଷିକ ସମ୍ମିଳନୀରେ ଉପସ୍ଥିତ ଅତିଥି ମାନେ କହିଛନ୍ତି । ଏହା ବ୍ୟତିତ ଓକିଲ ମାନଙ୍କୁ ସ୍ୱାସ୍ଥ୍ୟ ବୀମା, ପିଲାଙ୍କ ପାଠପଡା, ପେନସନ ଭଲି ଅନେକ ଦାବି ଏହି ସମ୍ମିଳନୀ ଉପସ୍ଥାପନ କରା ଯାଇଥିଲା । ମାଲକାନଗିରି ଜିଲ୍ଲା ସଦର ମହକୁମା ଦଣ୍ଡକାରଣ୍ୟ ମୈଦାନ ଠାରେ ଦୁଇଦିନିଆ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏ ସୋସିଏସନର ୫୩ତମ ବାର୍ଷିକ ସମ୍ମିଳନୀ ରେ ମୂଖ୍ୟ ଅତିଥି ଭାବେ ହାଇକୋର୍ଟର ବରିଷ୍ଠ ଜଷ୍ଟିସ ଶିବ ସଙ୍କର ମିଶ୍ର ମୂଖ୍ୟ ବକ୍ତା ଭାବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବରିଷ୍ଠ ଜଷ୍ଟିସ ଭି ଗୋପାଲ ଗୌଡ଼ା ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ପ୍ରଥମ ଦିନର ଅଧିବେସନକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ହାଇକୋର୍ଟର ବରିଷ୍ଟ ଆଇନ ଜୀବି ଓ ଓଡ଼ିଶା ବାର କାଉଁସିଲ ସଦସ୍ୟ ବିଭୂପ୍ରସାଦ ତ୍ରିପାଠୀ, ବାର କାଉଁ ସିଲ ସଦସ୍ୟ ପି ରମେଶ କୁମାର ପାତ୍ର,ହାଇକୋର୍ଟ ବାର ଆସୋସିଏସନ ସଭାପତି ବି.କେ ଦାଶ,ବାର କାଉଁସିଲ ଉପସଭାପତି ଆର କେ. ମହାନ୍ତି, ଓଡିଶା ବାରକାଉଁ ସିଲ ଚେୟାରମ୍ୟାନ ଏସ ଏମ ଦ୍ୱିବେଦୀ ଯୋଗ ଦେଇ ରାଜ୍ୟ ର ସମସ୍ତ ଆଇନ ଜୀବି ଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇବା ସହିତ ସେ ମାନଙ୍କ ସୁରକ୍ଷା, ପେନସନ, ସ୍ୱାସ୍ଥ୍ୟ ବୀମା ଓ ଅନ୍ୟାନ ଦାବି ପ୍ରତି ଗୁରୁତ୍ୱ ଦେଇଥିଲେ । ଅଲ ଓଡ଼ିଶା ଲୟର୍ସ ଆସୋସିଏ ସୋସିଏସନର ରାଜ୍ୟ ଅଧକ୍ଷ ବରିଷ୍ଟ ଆଇନ ଜୀବୀ ଜ୍ଞାନ ରଞ୍ଜନ ମହାନ୍ତି ଓ ଆଇନ ଜୀବି ଏନ ଏନ ସତପଥି ପ୍ରାରମ୍ଭିକ ସୂଚନା ଓ ଅତିଥି ମାନଙ୍କ ପରିଚୟ ଦେଇଥିଲେ ।ମାଲକାନଗିରି ଜିଲ୍ଲା ଲୟର୍ସ ଆସୋସିଏ ସୋସିଏସନର ସଭାପତି ନୃସିଂହ ଚରଣ ମହାନ୍ତି ସମ୍ମିଳନୀ ର ଆଭିମୁଖ୍ୟ ସମ୍ପର୍କ ରେ କହିଥିଲେ । ଏହି ଅବସରରେ ସଂଘର ଏକ ସ୍ମରଣୀକାକୁ ଅତିଥି ମାନେ ଲୋକାର୍ପଣ କରିଥିଲେ । ଅଲ ଓଡ଼ିଶା ଲୟର୍ସ ଆସୋସିଏ ସୋସିଏସନର ରାଜ୍ୟ ସାଧାରଣ ସମ୍ପାଦକ ସଂଜିତ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅଧିବେଶନରେ ରାଜ୍ୟର ୩୦ଟି ଜିଲ୍ଲାର ପ୍ରାୟ ୧୩୦୦ ରୁ ଉର୍ଦ୍ଧ ବରିଷ୍ଟ ଆଇନ ଜୀବି ମାନେ ଉପସ୍ଥିତ ଥିଲେ । ସନ୍ଧ୍ୟା କାର୍ଯ୍ୟକ୍ରମ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସନ୍ତା କାଲି ଉଦଯାପନୀ ସଭା ରେ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ଓ ବରିଷ୍ଟ ଆଇନଜ୍ଞ ସହିତ ଅନ୍ୟାନ ଅଥିଥି ମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।