ବର୍ଣ୍ଣବୋଧ ଶିକ୍ଷାର ପ୍ରସାର ପାଇଁ ପ୍ରୟାସ

ବର୍ଣ୍ଣବୋଧ ଶିକ୍ଷାର ପ୍ରସାର ପାଇଁ ପ୍ରୟାସ

କେନ୍ଦ୍ରାପଡ଼ା : ଛୋଟ ପିଲାଟି ଯେବେ ତାର ପ୍ରଥମ  ଶିକ୍ଷା ଆରମ୍ଭ କରେ, ପ୍ରଥମ ଶିକ୍ଷାଦାନର ବହି ଛବିଳ ମଧୁ ବର୍ଣ୍ଣବୋଧ ହୋଇଥାଏ । ଏହି ବହି ଚପଳମତି ପିଲାଟିକୁ ପ୍ରାଥମିକ ଶିକ୍ଷା ଦେବାରେ ସହାୟକ ହୋଇଥାଏ । ଏହି ପୁସ୍ତକକୁ ବାଧ୍ୟତାମୂଳକ କଲେ ଶିକ୍ଷା ବିଭାଗରେ ପ୍ରାଥମିକ ସଂସ୍କାର ଆସିବ ବୋଲି ଗୁରୁଜନଙ୍କ ମତ । ଏହିପରି ସାମାଜିକ ବାର୍ତ୍ତାକୁ ପରିପାଳନ କରିବାକୁ କେନ୍ଦ୍ରାପଡା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପ୍ରାରମ୍ଭ କରିଛନ୍ତି । ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ନିକଟ ମୁଣ୍ଡା ବସ୍ତିରେ ପହଞ୍ଚି  ପିଲାମାନଙ୍କ ସହ ଅଭିଭାବକଙ୍କୁ ବର୍ଣ୍ଣବୋଧଶିକ୍ଷା ବିଷୟରେ ଆଲୋଚନା ହୋଇଥିଲା । ଏହା ପରେ ପିଲା ମାନଙ୍କୁ ପାଠ୍ୟ ଉପକରଣ ସହ ଚକୋଲେଟ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, କାଳନ୍ଦୀ ମଲ୍ଲିକ, ଦେବେନ୍ଦ୍ର ନାୟକ, ବାପି ଗୋଛାୟତ, ବରୋଦାକାନ୍ତ ବରାଳ ଓ ରାକେଶ କୁମାର ଉପସ୍ଥିତ ଥିଲେ ।