ଅଧ୍ୟାପକ ସଂଘ ପକ୍ଷରୁ ଧାରଣା

 କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ ସଭାପତି ବିଶ୍ୱରଞ୍ଜନ ଦାସଙ୍କ ନିଦେ୍ର୍ଦଶକ୍ରମେ ଓଡିଶାର ସମସ୍ତ ମହାବିଦ୍ୟାଳୟରେ ଜାରି ରହିଥିବା କଲମ ଛାଡ କାର୍ୟ୍ୟ ବନ୍ଦ ଆନେ୍ଦାଳନକୁ ୨ ସପ୍ତାହ ପୁରିଥିଲେ ସୁଦ୍ଧା ସରକାର କାହିଁକି ନିଦାବିଷ୍ଣୁ ସାଜିଛନ୍ତି  । ସଂଘର ଏକମାତ୍ର ଦାବି ରାଜ୍ୟର ବିଭିନ୍ନ ଅନୁଦାନ ପ୍ରାପ୍ତ ଏବଂ ଅଣଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ୦୧.୦୬.୨୦୦୮ ରୁ ୦୧.୦୬.୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ସମସ୍ତ ଅଧ୍ୟାପକ ଏବଂ କର୍ମରରୀଙ୍କୁ ରାଜ୍ୟସରକାର ଅନୁଦାନ ପରିସର ଭୁକ୍ତ କରନ୍ତୁ  । ସାରା ଓଡିଶାରେ କାର୍ୟ୍ୟବନ୍ଦ ଯୋଗୁ ଅଧ୍ୟାପନା ପରୀକ୍ଷା ଖାତା ମୂଲ୍ୟାୟନ ଇତ୍ୟାଦି କାର୍ୟ୍ୟକ୍ରମ ଠପ୍ ପଡିଥିଲାବେଳେ ପିଲାମାନେ ମହାବିଦ୍ୟାଳୟକୁ ଆସି ପାଠ ନପଢି ଘରକୁ ଫେରୁଛନ୍ତି  । କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଧାରଣା ସ୍ଥଳରେ ପହଁଞ୍ଚି ଅଧ୍ୟାପକ ଅଧ୍ୟାପିକା ଙ୍କ ସହିତ ସମସ୍ୟା ସମ୍ପର୍କ ରେ ଆଲୋଚନା କରିବା ସହ ଉକ୍ତ ସମସ୍ୟା ବିଷୟକୁ ବିଧାନସଭା ରେ ଉପସ୍ଥାପନା କରିବା ପାଇଁ ପ୍ରତିଶୃତି ଦେଇଥିଲେ ଓ ଧାରଣାରୁ ଅବଧି ନେଇ କ୍ଲାସରେ ରହି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବା ପାଇଁ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ବିଧାୟକ ଶ୍ରୀ ବେହେରା ଅନୁରୋଧ କରିଥିଲେ । କେନ୍ଦ୍ରାପଡା ଅନ୍ତର୍ଗତ କେନ୍ଦ୍ରାପଡା ସାନ୍ଧ୍ୟମହାବିଦ୍ୟାଳୟ, ବିରୁପା ମହାବିଦ୍ୟାଳୟ, ଇନ୍ଦୁପୁର, ଆଳି ମହାବିଦ୍ୟାଳୟ, ଆଳି, ଓଳାଭର ମହାବିଦ୍ୟାଳୟର, ଆଳି, ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ, ରାଜନଗର, ଏସ୍. ଏନ୍ କଲେଜ, ରାଜକନିକା ଆଦି ମହାବିଦ୍ୟାଳୟ ମାନଙ୍କର ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ  ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି  । ଧାରଣରେ ପ୍ରଭାସ ଚନ୍ଦ୍ର ଜେନା, ଶୁଭଶ୍ରୀ ପ୍ରଜ୍ଞାପ୍ରଭା ଷଡ଼ଙ୍ଗୀ, ଚିନ୍ମୟୀ ନାୟକ, ହିମାଂଶୁ ଭୂଷଣ ଦାସ, ପ୍ରୀତି ପ୍ରଜ୍ଞା ସାମଲ, ସୋମ୍ୟ ରଞ୍ଜନ ନାୟକ, ମନେନ୍ଦ୍ର କୁମାର ସାହୁ, ଶୁଚି ସୁଚିତ୍ରା ମହାନ୍ତି, ନଳିନୀ କାନ୍ତ ମହାନ୍ତି, ଅବିନାଶ ପାତ୍ର,ସୁନୀଲ କୁମାର ରାଉତ ପ୍ରଭାସ ଚନ୍ଦ୍ର ଜେନା ପ୍ରମୁଖ ସାମିଲ ଅଛନ୍ତି ।