ବିଜେପିର ମିଶ୍ରଣ ପର୍ବ

ବିଜେପିର ମିଶ୍ରଣ ପର୍ବ

କେନ୍ଦ୍ରାପଡ଼ା,: କେନ୍ଦ୍ରାପଡା ଜିଲ୍ଲା ବିଜେପି ଶାଖା ତରଫରୁ ଏକ ମହା ମିଶ୍ରଣ ପର୍ବ ଗରାପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଜେପି ପ୍ରାର୍ଥୀ ଲଳିତ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ରାଜନଗର ବିଧାୟକଙ୍କ ଗ୍ରାମ ବେଲକଳ ଗ୍ରାମ ପଂଚାୟତରୁ ସରପଞ୍ଚ ତିଳୋତ୍ତମା ବରାଳ ଏବଂ ସମିତି ସଭ୍ୟ କେତକୀ ମହାନ୍ତିଙ୍କ ସମେତ ଶତାଧିକ ବିଜେଡି କର୍ମୀ ଦଳ ଛାଡି ବିଜେପି ଦଳରେ ଯୋଗ ଦେଇଛନ୍ତି । ଏମାନଙ୍କ ସହ ପୂର୍ବତନ ଛାତ୍ର ବିଜେଡି ବ୍ଲକ ସଭାପତି ବିକ୍ରମ ବାରିକ, ପୂର୍ବତନ ଜିଲ୍ଲା ଯୁବ ବିଜେଡି ସାଧାରଣ ସଂପାଦକ ଅଜୟ ଲେଙ୍କା, ଗୋବିନ୍ଦ୍ର ଚନ୍ଦ୍ର ମହାନ୍ତିଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଆୟୋଜିତ ଏହି ମିଶ୍ରଣ ପର୍ବରେ ଜିଲ୍ଲା ଉପ ସଭାପତି ଅଭିମନୁ୍ୟ ଗୋଛାୟତଙ୍କ ସମେତ ବିନ୍ଦୁ ସାଗର ଦାସ, ମାନସ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।