ବସଷ୍ଟାଣ୍ଡରୁ ହରିଣ ଛୁଆ ଉଦ୍ଧାର
ବୁଗୁଡ଼ା: ସ୍ଥାନୀୟ ନୂଅାଁ ବସଷ୍ଟାଣ୍ଡ ଭିତରୁ ଗୋଟିଏ ହରିଣ ଛୁଆକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରିବା ପରେ ପ୍ରାଥମିକ ଚିକିସôା କରି ପୁଣି ଛାଡି ଦେଇଥିବା ଜଣାପଡିଛି । ଆଜି ସକାଳ ପ୍ରାୟ ୧୧ଟା ସମୟରେ କୁକୁର ହାବୁଡ଼ରୁ ରକ୍ଷା ପାଇବା ପାଇଁ ଏକ ୩ ବର୍ଷର ହରିଣ ଛୁଆ ଶକ୍ତି ନଗର କେନାଲ ପଟୁ ଭୟରେ ଦୌଡି ଆସି ବସଷ୍ଟାଣ୍ଡର ଶୌଚାଳୟ ଭିତରକୁ ପଶି ଯାଇଥିଲା । ଖବର ପାଇ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ହରିଣ ଛୁଆଟିକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟକୁ ନେଇଥିଲେ । ହରିଣ ଛୁଆଟିକୁ ସାମାନ୍ୟ ଆଘାତ ଲାଗିଥିବାରୁ କ୍ଷତ ସ୍ଥାନରେ ମଲମ ଲଗାଇ ପୁଣି ବିଲମାଳରେ ଛାଡି ଦିଆଯାଇଥିଲା ।