ବାଇକ୍କୁ ଧକ୍କା ଦେଲା ହାଇୱା :ବାଇକ୍ ଚାଳକ ମୃତ
ବୌଦ୍ଧ : ବୌଦ୍ଧଜିଲ୍ଲା ପୁରୁଣା କଟକ ଥାନା ଏକତାଳ ଛକରେ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ବାଇକ ଆରୋହୀଙ୍କୁ ଧକ୍କା ଦେଲା ହାଇୱା । ଘଟଣା ସ୍ଥଳରେ ବାଇକ ଆରୋହୀ ମୃତ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ବାହାଲି ଗାଁର ସୁନୀଲ ପାତ୍ର । ଘଟଣା ସ୍ଥଳରେ ପୁରୁଣା କଟକ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ସୂଚନା ମୁତାବକ, ପୁରୁଣା କଟକ ଥାନା ବାହାଲି ଗ୍ରାମର ସୁନୀଲ ପାତ୍ର ଗାଁରୁ ଚାରିଛକ ଆଡକୁ ଏକ ବାଇକ ଯୋଗେ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଏକ ହାଇୱା ଆସି ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ସୁନୀଲଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ହାଇୱା ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲା । ଘଟଣା ସ୍ଥଳରୁ ହାଇୱା ଚାଳକ ଫେରାର ଥିବା ଜଣା ପଡ଼ିଛି । ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିଛନ୍ତି ।
Samir Kumar Rout