ରେଡ୍‌ ଫ୍ଲାର୍ଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲ ହତ୍ୟା ମାମଲା 

ଭୁବନେଶ୍ୱର : ରେଡ୍‌ ଫ୍ଲାର୍ଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ୱାଇ.ବି.ଖୁରାନିଆ । ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଚାନ୍ଦବାଲି ଥାନା ରାମପଲ୍ଲୀ ଗାଁର ସତ୍ୟବ୍ରତ ଦାସ । ମାମଲାର ତ୍ୱରିତ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ । ଜିଲ୍ଲା ପୁଲିସ ଭଲ ତଦନ୍ତ କରିବ, ଭଲ ରେଜଲ୍ଟ ବାହାରିବ ବୋଲି ଆଶା ଅଛି ବୋଲି ପୁଲିସ ଡିଜି କହିଛନ୍ତି ।