ସରକାରୀ ଜମିକୁ ସୁରକ୍ଷିତ ପାଇଁ ଲାଗୁ ହେବ ନୂଆ ଆଇନ 

ସରକାରୀ ଜମିକୁ ସୁରକ୍ଷିତ ପାଇଁ ଲାଗୁ ହେବ ନୂଆ ଆଇନ 

ଭୁବନେଶ୍ୱର : ସରକାରୀ ଜମିକୁ ସୁରକ୍ଷିତ ରଖିବାକୁ ରାଜ୍ୟ ସରକାର ନୂଆ ଆଇନ ଆଣିବେ । ଜମିର ସଠିକ ପରିଚାଳନା ଏବଂ ଆଗାମୀ ଶହେ ବର୍ଷ ପାଇଁ କିପରି ସରକାରୀ ଜମିକୁ ସୁରକ୍ଷିତ ରାଖାଯିବ ସେନେଇ ନୂଆ ଆଇନ ଆସିବ । ନୂଆ ଆଇନରେ କାର୍ଯ୍ୟାନୁଷ୍ଠାନକୁ ଶାଣିତ, ଆଉ ବ୍ୟବସ୍ଥାକୁ ସରଳ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । 

  ସେ ଆହୁରୀ ମଧ୍ୟ କହିଛନ୍ତି, ନୂଆ ଆଇନରେ ଜବରଦଖଲ ଉଚ୍ଛେଦକୁ କଡାକଡି କରାଯିବ । ଲିଜ ନେଇ ସରକାରୀ ଜମିର ଦୁରୁପଯୋଗ କରିଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗୋଟିଏ ଇଞ୍ଚ ବି ସରକାରୀ ଜମିର ଦୁର୍ବ୍ୟବହାର ହେବନି । ସବୁ ଜମି ଲୋକଙ୍କ କାମରେ ଲାଗିବ ତାହା ହିଁ ପ୍ରାଥମିକତା ରହିବ । ତ୍ରୁଟି ବିଚ୍ୟୁତି ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ନୂଆ ଆଇନରେ ପ୍ରାବଧାନ କଡା ରହିବ । ଏହି ଡ୍ରାଫ୍ଟ ପଲିସିକୁ ରାଜସ୍ୱ ବିଭାଗ ୱେବସାଇଟରେ ଉପସ୍ଥାପିତ ହେବ । ଏହା ଦ୍ୱାରା ସାଧରଣ ଲୋକଙ୍କ ସହ ସବୁ ବର୍ଗର ଲୋକ ଏହାକୁ ନେଇ ମତାମତ ରଖି ପାରିବେ । ଡ୍ରାଫ୍ଟ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।