"ବାପାଙ୍କ ପାଇଁ ବିଜେଡ଼ି ଟଙ୍କାଏ ଖର୍ଚ୍ଚ କରିନି' : ଜୟ

"ବାପାଙ୍କ ପାଇଁ ବିଜେଡ଼ି ଟଙ୍କାଏ ଖର୍ଚ୍ଚ କରିନି' :  ଜୟ

ନୂଆପଡ଼ା : ବିଜେଡି ମୋ ବାପାଙ୍କ ପାଇଁ ଟଙ୍କାଟେ ବି ଖର୍ଚ୍ଚ କରିନି । ବାପାଙ୍କ ଏୟାରଲିଫ୍ଟ ଖର୍ଚ୍ଚ ଆମ ପରିବାର କରିଛି । ବିଜେଡ଼ିକୁ ଆଜି ଏଭଳି ଜବାବ ଦେଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।

     ସେ କହିଛନ୍ତି, ବିଜେଡି ନେତାମାନେ ମିଛ କହିବାର ସୀମା ଲଙ୍ଘି ସାରିଲେଣି । ମୋତେ ଭଲ ପୁଅ ନୁହେଁ ବୋଲି ସାର୍ଟିଫିକେଟ୍‌ ଦେବାକୁ ସେମାନେ କିଏ ? ଆମ ପରିବାର ଭଲଭାବେ ଜାଣିଛନ୍ତି ମୁଁ ଭଲ ପୁଅ କି ନୁହେଁ । ମୋ ମାଆ ମୋ ପାଇଁ ନିର୍ବାଚନ ପ୍ରଚାରରେ ବାହାରିଛନ୍ତି । ଏହାଠାରୁ ଆଉ ବଡ ପ୍ରମାଣପତ୍ର କିଛି ନୁହେଁ । ମୁଁ ୧୦ ଥର ଫୋନ୍‌ କରିଥିଲି ନବୀନଙ୍କୁ । ସେ ଫୋନ ଉଠେଇଲେନି, ଆଉ ସାହାଯ୍ୟ କଣ କରିବେ ବୋଲି ଜୟ ପ୍ରଶ୍ନ କରିଛନ୍ତି । ମୁଁ ମୋ ବାପାଙ୍କ ଆଦର୍ଶରେ ଅଛି  । ବିଜେଡିକୁ ପ୍ରାର୍ଥୀ ମିଳିଲା ନାହିଁ ନୂଆପଡାରେ । ମାମୁଁଘରକୁ ୫ ବର୍ଷରେ ଥରେ ଆସିନଥିଲେ ସ୍ନେହାଙ୍ଗିନୀ । ମୁଖ୍ୟମନ୍ତ୍ରୀ ଡେଲି ଫୋନ କର ନୂଆପଡା କଥା ବୁଝୁଛନ୍ତି । ମୋ ପାଇଁ କଷ୍ଟକର ନୁହଁ ନୂଆପଡା । ନୂଆପଡା ମାଟି ଆସନ୍ତା ୧୪ରେ ତାର ଉତ୍ତର ଦେବ । ସେତେବେଳେ କିଛି କରିନଥିଲେ, ବିଜେଡି ନେତାଏ ଏବେ ଖାଲି କାନ୍ଦୁଛନ୍ତି । ବିଜେଡି ନେତାମାନେ କେବଳ ବ୍ୟକ୍ତିଗତ ଆକ୍ଷେପ କରିବାରେ ବ୍ୟସ୍ତ।

     ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋ ବାପା ରାଜେନ୍ଦ୍ର ଢୋଲକିଆ ଅସୁସ୍ଥ ଥିବା ବେଳେ ତାଙ୍କୁ ଫୋନ୍‌ କରିନଥିଲେ । ଏବେ ନିର୍ବାଚନ ପ୍ରଚାର ଲାଗି ନୂଆପଡା ଆସିପାରିଲେ, ହେଲେ ମୋ ବାପା ରାଜେନ୍ଦ୍ର ଢୋଲକିଆଙ୍କ ଏକାଦଶାହ କି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇନଥିଲେ । ଏଥିରୁ ପ୍ରକୃତରେ ନବୀନ ବାବୁଙ୍କ ମନ୍ଦ ଉଦ୍ଦେଶ୍ୟ ଓ ତାଙ୍କ ରଣନୀତି ପଦାରେ ପଡିଛି । ଏକଥାକୁ ସମସ୍ତେ ବିଶେଷ କରି ନୂଆପଡାବାସୀ ବୁଝିପାରିଛନ୍ତି ବୋଲି ଜୟ କହିଛନ୍ତି ।