ବିଜୁପଟ୍ଟନାୟକ ବିଦ୍ୟାଳୟରେ ବିଜ୍ଞାନ ମେଳା
ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ଦପ୍ତରରେ ଥିବା ବିଜୁପଟ୍ଟନାୟକ ମୋଡେର୍ଣ ବିଦ୍ୟାଳୟରେ ଆଜି ଛାତ୍ର ଛାତ୍ରୀମାନଙ୍କୁ ନେଇ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ ପ୍ରକାରର ବୈଜ୍ଞାନିକ ପ୍ରକଳ୍ପ ମାନ ନିର୍ମିତ ହୋଇ ପ୍ରଦର୍ଶିତ କରାଯାଇଥିଲା । ଏହି ପ୍ରଦର୍ଶନୀରେ ଆଜି ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ ଗୁପ୍ତପ୍ରସାଦ ଝାଙ୍କର ଓ ମଙ୍ଗଳ ଅଧିକାରୀ ବି. ବି ବେହେରା ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ରାଇଘର ପଞ୍ଚାୟତ ସମିତି ପ୍ରିନସିପାଲ ପରକ୍ଷିତ ସାହୁ ଯୋଗ ଦେଇଥିଲେ । ରାଇଘର ଜୋନର ଜିଲ୍ଲାପରିଷଦ ସଭ୍ୟା ଲିପିକା ବା ରୋଇଙ୍କ ସହ ଅତିରିକ୍ତ ବିଡିଓ ବିଜୟ କୁମାର ସେଠି, ପ୍ରଧାନ ଶିକ୍ଷକ ଅଭିରାମ ଲେଙ୍କା ମଞ୍ଚରେ ଯୋଗ ଦେଇଥିଲେ ଜ୍ଝବିଦ୍ୟାଳୟ ରେ ଆବାହକ ଚିତ୍ତରଞ୍ଜନ ଗଣ୍ଡ, ବିଦ୍ୟାଳୟର ସମ୍ପାଦକ ଗଗନ ବିହାରୀ ବାହିନୀପତି ଓ ଉପସଭାପତି ରାଇସିଂ ଗଣ୍ଡ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଥମେ ମଞ୍ଚକୁ ମୁଖ୍ୟ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା ତତ୍ପରେ ମଞ୍ଚରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଜ୍ଞାନ ମେଳାରେ ଅନେକ ଗୁଡିଏ ପ୍ରକଳ୍ପ ମଧ୍ୟରୁ କେତେଜଣ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଆଦାୟ କରାଯାଇଥିବା ବିଭିନ୍ନ କବିତା,ଗଳ୍ପ, ଚିତ୍ର, ଓ ଖୁଦ୍ର ଗଳ୍ପକୁ ନେଇ ଏକ ପତ୍ରିକା ଉନ୍ମଚନ କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ବିତରଣ କରାଯାଇଥିଲା । ମଧ୍ୟାନରେ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ସଭାକୁ ମିନୁ ବାହିନୀପତି ଓ ସିଲା ମିସ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ ।