ରକ୍ତଦାନ ଶିବିର
ଜୟପୁର: ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଜୟପୁରର କିଛି ଯୁବକ ମିଳିତ ଭାବେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଏହି ଶିବିରଟିକୁ ଜିଲ୍ଲା ଚିକିସôାଳୟ ଜୟପୁରର ରକ୍ତ ଭଣ୍ଡାର ଭଣ୍ଡାର ଅଧିକାରୀ ଡ. ସୂର୍ଯ୍ୟ ସେଶର ମିଶ୍ର ଉଦ୍ଘାଟନ କରିଥିଲେ । ଏହି ରକ୍ତଦାନ ଶିବିରରେ ପ୍ରଥମ ରକ୍ତଦାତା ସାମ୍ୱାଦିକ ତରୁଣ ମହାପାତ୍ର ରୁନା ଥିଲେ । ରକ୍ତଦାନ ପରାମର୍ଶ ଦାତା ପ୍ରମୋଦ ରାଉଳ, ବରୁଣ ଜୈନ, ଅଶୋକ ପଲେଇ ଉପସ୍ଥିତ ରହି ସମସ୍ତଙ୍କୁ ଉସôାହିତ କରିଥିଲେ । ଏହି ଶିବିରରେ ନଅ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରରେ ରକ୍ତ ଭଣ୍ଡାରର ଅଭୟ ସାହୁ ଏବଂ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।