ବିଜେପିରେ ଲମ୍ବୋଦର
୫୫ ସରପଞ୍ଚ ଓ ସମିତିସଭ୍ୟ ବି ପଦ୍ମ ଧରିଲେ
ଭୁବନେଶ୍ୱର : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ଗଠନ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ କରିବା ପାଇଁ ବିଜେପିରେ ନୂତନ କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି । ଦିବଂଗତ ନେତା ନୂଆପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ତାଙ୍କ ପୁଅ ଶ୍ରୀ ଜୟ ଢୋଲକିଆ ବିଜେପିରେ ଗତ ୧୧ ତାରିଖ ଦିନ ବିଧିବିଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ । ଆଜି କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ଗତ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଲମ୍ବୋଦର ନିଆଲ ଆଜି ବିଜେଡିର ପ୍ରାଥମିକ ସଦସ୍ୟତା ଏବଂ ଦଳୀୟ ପଦବୀରୁ ଇସ୍ତଫା ଦେଇ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ନିଆଲଙ୍କ ସମେତ ୫୫ ଜଣ ସରପଞ୍ଚ, ସମିତି ସଭ୍ୟ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ଯୋଗଦାନ ଦ୍ୱାରା ନୂଆପଡା ବିଜେପି ଆହୁରି ଅଧିକ ଶକ୍ତିଶାଳୀ ହୋଇଛି । ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ରହି ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଟୋପି ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଛନ୍ତି । ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ବସନ୍ତ ପଣ୍ଡା, ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବରିଷ୍ଠ ନେତା ହିତେଶ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ ।