ବିଦୁ୍ୟତ୍ ଦର ବୃଦ୍ଧି ପ୍ରତିବାଦରେ ଆନେ୍ଦାଳନ ଡାକରା
କୁଆଖିଆ: ବିଦୁ୍ୟତ ବିତରଣ ଦାୟିତ୍ୱ ନେଇଥିବା ଟାଟା ପାୱାର ପକ୍ଷରୁ ୟୁନିଟ୍ ପିଛା ୫୪ ପଇସାଦର ବୃଦ୍ଧି କରାଯାଇଛି । ଏହା ସାଧାରଣ ଜନତାଙ୍କ ସ୍ୱାର୍ଥ ବିରୋଧୀ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ନା ଟାଟା ପାୱାର କେହି ଏକଥାକୁ ଧ୍ୟାନ ଦେଇନାହାନ୍ତି । ଫଳରେ ଦର ବୃଦ୍ଧିକୁ ନେଇ ରାଜ୍ୟବ୍ୟାପି ବିରୋଧ କରାଯାଉଥିବା ବେଳେ କୁଆଖିଆ ବିଦୁ୍ୟତ ଖଣ୍ଡ ଉପଭୋକ୍ତା କମିଟି ପକ୍ଷରୁ ଆନେ୍ଦାଳନ ଡାକରା ଦେଇଛି । ଏଥିପାଇଁ ଚଳିତ ଫେବୃଆରୀ ୨୮ ତାରିଖ ଦିନ କୁଆଖିଆ ବିଦ୍ୟୁତ୍ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଧାରଣା ଦିଆଯିବାକୁ ନିଷ୍ପତି ହୋଇଛି । ଏହି ଉପଲକ୍ଷେ କୁଆଖିଆ ଠାରେ ସଭାପତି ପ୍ରହଲ୍ଲାଦ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାଧାରଣ ସଂପାଦକ ଅମୁଲ୍ୟ କୁମାର ବରାଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ବର୍ଦ୍ଧିତ ବିଲ୍ ବିରୁଦ୍ଧରେ ବିକ୍ଷୋଭର ଉଦେ୍ଦଶ୍ୟ ଓ ରୁପରେଖ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବାରମ୍ବାର ପାୱାର କଟ୍ କରିବା ସହିତ ସାଧାରଣ ଗ୍ରାହକଙ୍କୁ ବିଭିନ୍ନ ବାଟରେ ଶୋଷଣ ଓ ହରକତ୍ କରୁଥିବା ଟାଟା ପାୱାରର ଜନସ୍ୱାର୍ଥ ବିରୋଧୀ ପଦକ୍ଷେପକୁ ବୈଠକରେ ଦୃଢ ନିନ୍ଦା କରାଯିବା ସହିତ ତୁରନ୍ତ ଏହି ଦରବୃଦ୍ଧି ନିଷ୍ପତିକୁ ପତ୍ୟାହାର କରିବାକୁ ଦାବୀ କରାଯାଇଥିଲା ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ