ବୋଲ୍ଡର ବୋଝେଇ ହାଇୱା ଜବତ

 ସୁକିନ୍ଦା: ସୁକିନ୍ଦା-ଭୁବନ ୫୩ନଂ ଜାତୀୟ ରାଜପଥର ମଙ୍ଗଳପୁର ଛକ ନିକଟରୁ ପରିବହନ ବିଭାଗ ପକ୍ଷରୁ ବୋଲ୍ଡର ବୋଝେଇ ହାଇୱା ଜବତ କରିଛି । ସୂଚନା ମୁତାବକ ବୁଧବାର ରାତିରେ ଏକ ହାଇୱା ବୋଲ୍ଡର ବୋଝେଇ କରି ଭୁବନରୁ ଚାନ୍ଦବାଲି ଯାଉଥିବା ବେଳେ, ମଙ୍ଗଳପୁର ଛକ ନିକଟରୁ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ  ହାଇୱାକୁ ଅଟକାଇ କାଗଜପତ୍ର ମାଗିଥିଲେ । ସଂପୃକ୍ତ ଗାଡି ଡ଼୍ରାଇଭର ଆବଶ୍ୟକୀୟ କାଗଜପତ୍ର ଦେଖାଇ କରି ନ ପାରିବାରୁ ଗାଡ଼ିକୁ ଜବତ କରି ସୁକିନ୍ଦା ପୁଲିସକୁ ହସ୍ତାନ୍ତର କରିଥିଲେ ।ଷ୍ଣୁ ଚରଣ ସାହୁ, ନରେଶ ଚନ୍ଦ୍ର ମହାନ୍ତି, ମୋହନ ମହାନ୍ତି, ପ୍ରଦୀପ ପଣ୍ଡା, ପ୍ରଦୀପ୍ତ ବେହେରା, ରଙ୍ଗାଧର ମହାପାତ୍ର, ଶ୍ରୀବତ୍ସ ପାଢୀ, ସୁଶ୍ରୀ କଳ୍ପନା ପଣ୍ଡା, ଗାୟତ୍ରୀ ଦାସ, ସଂଜୀବନୀ ସୁଧା ସୂତାର, ଝୁନୁ ମା ଓ ପୂର୍ଣ୍ଣିମାପ୍ରଭା ଲେଙ୍କା ଭଜନ ପରିବେଷଣ କରିଥିଲେ । ନାଟ୍ୟକାର ଡ. ଭିକାରୀ ସାମଲଙ୍କ ରଚିତ ଓ ନିଦେ୍ର୍ଦଶନାରେ ଜାରକା ଭକ୍ତ ଗୋଷ୍ଠୀଙ୍କ ପକ୍ଷରୁ ଲୀଳା ନାଟକ ‘ଅଭିରାମ ନାମ ଗାଇ ଜୀବନ ଯାଉ’ ଓ ‘ଦିନେ ନ ଖୋଜିଲ ଦୀନବନ୍ଧୁ’ ମଂଚସ୍ଥ ହୋଇଥିଲା । ଆୟୋଜକ ଯାଜପୁର ଜିଲ୍ଲା ଶ୍ରୀ ଅଭିରାମ ଭକ୍ତ ସମିତିର ସମସ୍ତ କର୍ମକର୍ତା, ସଦସ୍ୟ ଓ ଭକ୍ତମାନେ ସମ୍ମିଳନୀ ପରିଚାଳନାରେ ସହଯୋଗ କରିଥିଲେ ।