ବିନା ଲାଇସେନ୍ସରେ ଚାଲିଛି କ୍ଲିନିକ୍, ଚଢ଼ାଉ କେବେ?

 ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସହରରେ ଛତୁ ପୁଟିଲା ଭଳି ପାଥୋଲୋଜି କ୍ଲିନିକ୍ ଗଢି ଉଠିଛି  । ଏଗୁଡିକ ମଧ୍ୟରୁ ବହୁ ପାଥୋଲୋଜି କ୍ଲିନିକ୍ ବିନା ଲାଇସେନ୍ସରେ ଚାଲିଥିବା ନେଇ ଦୀର୍ଘ ଦିନ ଧରି ଅଭିଯୋଗ ହୋଇଆସୁଛି । ଏ ସମ୍ପର୍କରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ହୋଇ ଆସୁଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ପ୍ରକାର ଦୁଷ୍ଟାନ୍ତ ମୁଳକ ପଦକ୍ଷେପ ଗ୍ରହଣ କରାଯାଉନଥିବା ଜଣାପଡିଛି । ହିଞ୍ଜିିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡିକରେ ବହୁ ପାଥୋଲୋଜି କ୍ଲିନିକ୍ ବିନା ଲାଇସେନ୍ସରେ ଚାଲିଥିବା ଅଭିଯୋଗ ହୋଇଛି । ରାଜ୍ୟର ବଡ ବଡ ସହର କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ସହରରେ ନସିଂ ହୋମ ଗୁଡିକର ସରକାରୀ ନିୟମାନୁସାରେ ପ୍ରତିବର୍ଷ ଲାଇସେନ୍ସ ନବୀକରଣ ହେଉଥିବା ବେଳେ ହିଞ୍ଜିଳିକାଟୁ ସହରରେ ସରକାରୀ ନିୟମକୁ ଖୋଲାଖୋଲି ଉଲଙ୍ଘନ କରାଯାଉଥିବା ଅଭିଯୋଗ ହେଉଛି । ସେହିଭଳି ସ୍ଥାନୀୟ ସହର ଓ ଗ୍ରାମାଞ୍ଚଳ ଗୁଡିକରେ ଖୋଲାଯାଇଥିବା ବହୁ ପାଥୋଲୋଜି କ୍ଲିନିକ୍ ଗୁଡିକରେ ଅନଭିଜ୍ଞ ବ୍ୟକ୍ତିଙ୍କୁ ବିଭିନ୍ନ ପରୀକ୍ଷା କରିବା ପାଇଁ ନିଯୁକ୍ତି କରାଯାଉଥିବା ଚର୍ଚ୍ଚା ଜୋର ଧରିଛି । କିଛି ଦିନ ପୂର୍ବେ ସ୍ଥାନୀୟ ସହର ଓ ଗ୍ରାମଞ୍ଚଳ ଗୁଡିକରେ ଗଢିଉଠିଥିବା ବହୁ ବେଆଇନ ପାଥୋଲୋଜି କ୍ଲିନିକ୍ ଉପରେ ଚଢାଉ କରାଯିବା ସହ ଆଇନଅନୁଯାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଥିଲା । କିନ୍ତୁ କୌଣସି ଚଢାଉ କିମ୍ବା କାର୍ଯ୍ୟାନୁଷ୍ଠାନ କରାଯିବାର ଦେଖିବାକୁ ମିଳିନଥିଲା  । ଯାହାଫଳରେ ଦିନକୁ ଦିନ ବେଆଇନ ପାଥୋଲୋଜି କ୍ଲିନିକ୍ ସଂଖ୍ୟା ବୃଦ୍ଧି ପାଇବାରେ ଳାଗିଛି ଏବଂ ରୋଗୀ ଏହାର ଶିକାର ହେଉଥିବା ଅଭିଯୋଗ ହେଉଛି ।
ସ୍ଥାନୀୟ ଅଞ୍ଚଳର କିଛି ପ୍ରତିଷ୍ଠିତ ଡାକ୍ତର, ନିର୍ଦ୍ଧିଷ୍ଟ ଏକ ପାଥୋଲୋଜି କ୍ଲିନିକକୁ ହାତ କରି ମୋଟା ଅଙ୍କର ପିସି କାରବାର ସହ ବିନା କାରଣରେ ବିଭିନ୍ନ ପରୀକ୍ଷା କରାଇବା ପାଇଁ ପାଥୋଲୋଜି କ୍ଲିନିକ ଗୁଡିକରୁ କମିଶନ ନେଇ ଡାକ୍ତରମାନେ ପଠାଉଥିବା ଅଭିଯୋଗ ହେଉଥିବା ବେଳେ ରୋଗୀ ମାନେ ଅକାରଣରେ ନୟାନ୍ତ ହେଉଛନ୍ତି । ସହରରେ ବିଭିନ୍ନ ପାଥୋଲୋଜି କ୍ଲିନିକ୍ରେ ବିଭିନ୍ନ ଦର ରହିଥିବାରୁ ଲୋକେ କୌଣସି ପରୀକ୍ଷାର ସଠିକ ଦର ଜାଣିପାରୁନାହାନ୍ତି । ପାଥୋଲୋଜି ସେଣ୍ଟର ଗୁଡିକ ମନଇଛା ଫିସ୍ ରୋଗୀଙ୍କ ଠାରୁ ନେଉଥିବାରୁ ଏହା ଉପରେ ପ୍ରଶାସନର କୌଣସି ଲଗାମ ନଥିିବା ମନେହେଉଛି । ଏପରିକି ହିଞ୍ଜିଳିକାଟୁ ସହରରେ ଥିବା କିଛି ପାଥୋଲୋଜି କ୍ଲିନିକ୍ ମାଲିକ ମାନେ ସ୍ଥାନୀୟ ଉପଖଣ୍ଡ ଚିକିସôାଳୟର ନିଦାନ କର୍ମଚାରୀଙ୍କୁ ହାତକରି ମାଗଣାରେ ବିଭିନ୍ନ ପରୀକ୍ଷା କରିବା ପରେ ରୋଗୀ ଓ ସମ୍ପର୍କୀୟ ମାନଙ୍କ ଠାରୁ  ଅର୍ଥରାଶି ନେଇ ପାଥୋଲୋଜି କ୍ଲିନିକ୍ ମାଲିକ ଓ ଚିକିସôାଳୟ ନିଦାନ କର୍ମଚାରୀ ଉକ୍ତ ଅର୍ଥରାଶି ଭାଗବାଣ୍ଟି ନେଉଥିବା ଅଭିଯୋଗ ଉଠିଛି । ପାଥୋଲୋଜି କ୍ଲିନିକ୍ ମାଲିକ ମାନେ ନିଜେହିଁ କୈାଣସି ନମୁନା ପରୀକ୍ଷା କରୁନାହାନ୍ତି । କେବଳ ଉପଖଣ୍ଡ ଚିକିସôାଳୟର ନିଦାନ କର୍ମଚାରୀଙ୍କ ଉପରେ ନିର୍ଭର କରିଥାନ୍ତି । ରୋଗ ସମ୍ପର୍କରେ ରିପୋର୍ଟରୁ ସଠିକ ସୂଚନା ମିଳିପାରୁନଥିବାରୁ ବିଭିନ୍ନ ସମୟରେ ରୋଗୀଙ୍କ ପ୍ରାଣହାନି ଘଟିବା ପୂର୍ବରୁ ଅଭିଯୋଗ ହୋଇଛି । ଉକ୍ତ ପାଥୋଲୋଜି କ୍ଳିନିକ୍ ଗୁଡିକ ବର୍ତ୍ତମାନ ସମୟରେ କଂସେଇ ପାଲଟିଥିବା ନେଇ ରୋଗୀ ଓ ସମ୍ପର୍କୀୟ ମାନଙ୍କ ଠାରେ ଅଭିଯୋଗ ହୋଇଛି । ବିଭିନ୍ନ ପାଥୋଲୋଜି କ୍ଲିନିକ ଗୁଡିକରେ କ୍ୱାକ୍ ମାନେ ରୋଗୀ ଚିକିସôା କରୁଥିବାର ମଧ୍ୟ ଦେଖାଦେଉଛି । ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଗଢି ଉଠିଥିବା କିଛି ପାଥୋଲୋଜି କ୍ଲିନିକ ମଧ୍ୟରେ କ୍ୱାକ୍ ମାନେ ବେଆଇନ ଗର୍ଭପାତ କରୁଥିବାର ମଧ୍ୟ ଅଭିଯୋଗ ହେଉଛି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ବେଆଇନ ଭାବେ ଗଢି ଉଠିଥିବା ଏବଂ ବିନା ଲାଇସେନ୍ସରେ ଚାଲିଥିବା  ପାଥୋଲୋଜି କ୍ଲିନିକ୍ ଉପରେ ଚଢାଉ କରି ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।