ଟାଟାଏସି ଓ ପିକଅପ୍ ଧକ୍କା, ୩ ଗୁରୁତର
ହିଞ୍ଜିଳିକାଟୁ : ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସମରଝୋଳ ଛକ ନିକଟରେ ଶନିବାର ସକାଳେ ଟାଟା ଏସିଇ (ଓଡି୦୭ୟୁ ୯୬୯୯) ସହ ପିକଅପ୍ ଭ୍ୟାନ୍ (ଓଡି୦୭ଏୱାଇ ୩୬୯୮) ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ହିଞ୍ଜିଳି ଥାନା ଗୋଦରାପଲ୍ଲୀ ଗ୍ରାମର ଏନ୍. ଲିଙ୍ଗରାଜ (୨୯), ବ୍ରହ୍ମପୁର ସଦର ଥାନା କୁକୁଡାଖଣ୍ଡି ଗ୍ରାମର ଜି. ଶଙ୍କର (୨୫) ଓ ମାସ୍ ନାୟକ (୨୬) । ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଛି । ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି । ପ୍ରକାଶ ଯେ, ଏକ ଚାଉଳ ବୋଝେଇ ପିକଅପ୍ ଭ୍ୟାନ୍ ହିଞ୍ଜିଳିକାଟୁ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ବିପରୀତ ଦିଗରୁ ଆସୁଥିବା ଏକ ଟାଟା ଏସିଇ ସହ ସମରଝୋଳ ଛକ ନିକଟରେ ମୁହାଁମୁହିଁ ଧକ୍କା ଘଟିଥିଲା । ଦୁର୍ଘଟଣାରେ ଟାଟା ଏସିଇ ଗାଡ଼ିରେ ଯାତ୍ରା କରୁଥିବା ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ମେଡିକାଲ ପଠାଇବା ସହ ଜାତୀୟ ରାଜପଥ ଉପରୁ ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ହଟାଇଥିଲା । ଉଭୟ ଗାଡିକୁ ପୁଲିସ ଜବତ କରି ଘଟଣାର ତଦନ୍ତ ଚଳାଇଛି ।