ମୁଞ୍ଜୁଳାଙ୍କ ନିର୍ବାଚନ ପ୍ରଚାର
ଆସିକା: ଆସିକା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଚଳିତ ସାଧାରଣ ନିର୍ବାଚନ ନିମନ୍ତେ ପ୍ରାର୍ଥୀ ହୋଇଥିବା ମଞ୍ଜୁଳା ସ୍ୱାଇଁଙ୍କ ପ୍ର·ର ଆରମ୍ଭ ହୋଇଛି । ଆଜି ସକାଳୁ ଚନ୍ଦ୍ରକଳ୍ପେଶ୍ୱେର ମନ୍ଦିରରେ ପୂଜାର୍ଚ୍ଚନା କରି ବିଜେଡି କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରୁ କର୍ମୀଙ୍କ ସହ ମିଶି ଚଢ଼େୟାପଲ୍ଲୀ ପଂ·ୟତ ବୁଲି ଗାଁ ଗାଁରେ ରାଲି, ସଭା ଆୟୋଜନ କରି ଭୋଟରଙ୍କୁ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ରଂଜିତା ସାହୁ ଓ ବିଧାୟକ ପ୍ରାର୍ଥୀ ମୁଞ୍ଜୁଳା ସ୍ୱାଇଁଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ରାଜେଶ ପଟନାୟକଙ୍କ ସଂଯୋଜନାରେ ଯୁବ ନେତା ନଚିକେତା ସ୍ୱାଇଁ, ବରିଷ୍ଠ ନେତା ଦିଲ୍ଲୀପ ପାଣିଗ୍ରାହୀ, ଭଗବାନ ସାହୁ, ପୂର୍ବତନ ବ୍ଲକ ଅଧକ୍ଷ ହରେ କୃଷ୍ଣ ମଲ୍ଲିକ, ନନ୍ଦ ବିଷୋୟୀ, ଭଗବାନ ପ୍ରଧାନ, ଶିବ ନାହାକ, ସନ୍ତୋଷ ପୋଲାଈ, ଜିଲ୍ଲା ପରିଷଦ ସଭ୍ୟ ମନୋଜ କୁମାର ଦୋରା, ବରିଷ୍ଠ ଆଇନଜୀବୀ ଅଜିତ ଚୌଧୁରୀ, ସରପଞ୍ଚ ଜୟସେନ ସ୍ୱାଇଁ, ଜୟନ୍ତୀ ବେହେରା, ସମିତି ସଭ୍ୟ ତ୍ରିନାଥ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ଗୌରହରି ବେହେରା, ସମବାୟ କେନ୍ଦୀୟ ବ୍ୟାଙ୍କ ନିଦେ୍ର୍ଦଶକ ସନ୍ତୋଷ ନାହାକ, ମହିଳା ନେତ୍ରୀ ରଶ୍ମିତା ସେନାପତି, ସୁରେଶ ଚନ୍ଦ୍ର ପାତ୍ର, ବିଶ୍ୱନାଥ ଜେନା, ମନୋଜ ପରିଡା, ଟୁଲୁ ଜେନା, ବିଜୟ ନାହାକ, ଭବାନୀ ଶଙ୍କର ମଲ୍ଲିକ, ସତ୍ୟନାରାୟଣ ସାମନ୍ତରାୟ, ସମିତି ସଭ୍ୟା ରୀତା ଜେନା, ଉପାଧ୍ୟାକ୍ଷ ରବୀନ୍ଦ୍ର ସାମଲ, ନାଏବ ସରପଞ୍ଚ ପ୍ରତିଭା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ସାଇରାଜ ଦଳାଇ, ଆକାଶ ସ୍ୱାଇଁ, ପ୍ରଦୀପ ମୁନି, ପ୍ରତାପ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଏହି ଜୋନର ଜିଲ୍ଲା ପରିଷଦ ସଦସ୍ୟା ଅନିମା ପରିଡା ଓ ପୂର୍ବତନ ବ୍ଲକ ଅଧକ୍ଷ ତଥା ମଣ୍ଡଳ ସଂଯୋଜକ ସୂର୍ଯ୍ୟକାନ୍ତ ପରିଡା ଅନୁପସ୍ଥିତ ରହିଥିଲେ । ଏସମ୍ପର୍କରେ ଉଭୟଙ୍କୁ ପ·ରିବାରୁ ସେ ବିଜୁ ଜନତା ଦଳ ପାଇଁ ନିଜସ୍ୱ ଢଙ୍ଗରେ ନିର୍ବାଚନ ମଣ୍ଡଳୀରେ ଦଳ ପାଇଁ ପ୍ର·ର କରିବେ । ନବୀନଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାରେ ଗୁଣ୍ଡୁଚି ମୂଷା ଭଳି କାମ କରିବେ ବୋଲି ପ୍ରକାଶ କରିଥିଲେ ।