ବିବେକାନୁମୋଦିତ କର୍ମ

ବିବେକାନୁମୋଦିତ କର୍ମ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର 'ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ବିବେକାନୁମୋଦିତ କର୍ମକୁ ନେଇ କିଛି କଥା । । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।

ମନ ହେଉଛି ଘୋଡ଼ା ଆଉ ବିବେକ ସେହି ଘୋଡ଼ାର ଲଗାମ୍ ୟ ଘୋଡ଼ା ଯେପରି ଲଗାମ୍ଛଡ଼ା ହୋଇଗଲେ କଣନା କଣ ଅନର୍ଥ କରିବସେ, ଠିକ୍ ସେହିପରି ଆମର ମନ  । ଏହାକୁ ନିୟନ୍ତ୍ରଣ କରିବାରେ ବିବେକ ହିଁ ଏକମାତ୍ର ବିକଳ୍ପ  । ଏହା ବିନା ମନ ମାନେନାୟ ଜୀବନରେ ବିବେକାନୁମୋଦିତ କର୍ମ କରିବା ଏକ ସାଧନା, ଏକ ଅଧ୍ୟବସାୟ, ଏକ ସଂକଳ୍ପର  ।
ଆମ ଦୈନନ୍ଦୀନ ଜୀବନରେ ଯାହା ସବୁ ଘଟେ, ତାର ପ୍ରଭାବ ବା ଛାପ ଆମ ମସ୍ତିଷ୍କରେ ନିଶ୍ଚୟ  ପଡ଼ିଥାଏ ୟ ଆମ ପାଇଁ କେଉଁଟା ଅନୁକୂଳ ତଥା ପ୍ରତିକୂଳ ତାହା ସ୍ଥିର କରିବା ହେଉଛି ବିବେକର ପ୍ରଧାନ କାମ  । ଆଉ କେଉଁଠି କିପରି ଉଚିତ ସମ୍ବନ୍ଧ ରଖି କାର୍ଯ୍ୟଟି କରିବାକୁ ହେବ ତାହା ବି ସେହି ବିବେକ ହିଁ ସ୍ଥିର କରିଥାଏ  । କିନ୍ତୁ ଏହି କରିବା ମୂଳରେ ହିଁ ରହିଥାଏ ନିଷ୍ଠା  । ଏଇ ନିଷ୍ଠା ହିଁ ଅସଲ କଥା  । ଏହାକୁ ବାଦ୍ ଦେଇ କୌଣସି ବି କାମ ହୋଇପାରେନା  ।
ଆମର ନିଷ୍ଠା ଯେପରି ଯେଉଁଠାରେ ହିଁ ରହିବ ବିବେକ ମଧ୍ୟ ସେହିପରି ହୋଇ ଉଠିବ । ଯେଉଁଠାରେ ନିଷ୍ଠା ଯେତେ ବେଶୀ, ସେଇଠାରେ ଭାବର ଗମ୍ଭୀରତା ମଧ୍ୟ ସେତେ ବେଶୀ । ଆମେ ଯାହା ବି କରୁ, ତାହା କେତେ ନିଷ୍ଠାର ସହ ହେଉଛି ତାହା ଉପରେ ହିଁ ଆମର ସଫଳତା ର୍ନିଭର କରିଥାଏ  ।
ଏହା କୌଣସି କ୍ଷେତ୍ର ମଧ୍ୟରେ ସୀମିତ ନୁହେଁ  । ମଣିଷର ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି ବୃତ୍ତିଗତ, ପାରିବାରିକ, ସାମାଜିକ ଜୀବନରେ ବିବେକ ଓ ନିଷ୍ଠାର ଭୂମିକା ଅଧିକ  । ଅସଲ କଥାଟି ହେଉଛି ଏସବୁ କରିବା ଭିତର ଦେଇ ହିଁ ହୁଏ  । ଆଉ କିଛି ନକରି କେବଳ କଳ୍ପନାବିଳାସୀ ହୋଇଗଲେ କଥା ସରିଲା ବୋଲି ବୁଝିବାକୁ ହେବ  ।
ତେବେ ନିଜ ଜୀବନକୁ ବିବେକାନୁମୋଦିତ ପଥରେ ଚଲେଇବା, କି ଅଣାୟତ୍ତ ମନ ପ୍ରକାରେ ଚଲେଇବା, ତାହା ଆମ ବ୍ୟକ୍ତିଗତ ଚିନ୍ତାଧାରା ଉପରେ ହିଁ ର୍ନିଭର କରେ  । ଆସନ୍ତୁ ନିଜେ ଟିକେ ବିଚାର କରିବା, ନିଜ ପାଖେ ନିଜକୁ ଟିକେ ଦେଖିବା  ।

ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର  ।