ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କଲେ ମନ୍ତ୍ରୀ
 ସମ୍ବଲପୁର :ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶିମାଲ ପଞ୍ଚାୟତ ଏବଂ କେନାଢ଼ିପା ପଞ୍ଚାୟତର ବିଭିନ୍ନ ପ୍ରକଳ୍ପକୁ ଗ୍ରାମ୍ୟଉନ୍ନୟନ ତଥା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଉଦଘାଟନ କରିଛନ୍ତି । ସୂଚନା ଅନୁସାରେ, ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ଗସ୍ତରେ ଆସି ଫାଶିମାଲ ଡାକ୍ତଖାନାରେ ନୂତନ ନିର୍ମିତ ପରୀକ୍ଷାଗାରକୁ ଉଦଘାଟନ କରିଥିଲେ । ଏଥିସହ ମନ୍ତ୍ରୀଙ୍କୁ ଡାକ୍ତରଖାନାର ବିଭିନ୍ନ ସମସ୍ୟା ଯଥା ଡାକ୍ତର ଅଭାବ, ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯନ୍ତ୍ରପାତି ଏବଂ ସ୍ଥାୟୀ ଭାବରେ ଜଣେ ଇନଚାର୍ଜ ରହିବା ପାଇଁ ଅଞ୍ଚଳବାସୀ ଦାବି କରିଥିଲେ । ଏନେଇ ମନ୍ତ୍ରୀ ନାଏକ ସମ୍ବଲପୁର ସିଡିଏମଓଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ଯଥା ଶୀଘ୍ର ଏ ସମସ୍ୟାକୁ ବିଭାଗୀୟ ମନ୍ତ୍ରୀଙ୍କୁ ଜଣାଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପରେ କେନାଢ଼ିପା ପଞ୍ଚାୟତ କୁ ଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠ୍ୟକ୍ରମର ଶୁଭ ଉଦଘାଟନ କରି ମହଦା ଠାରେ ଦଳୀୟ କାର୍ଯ୍ୟକ୍ରମ କରି ଚକୁଳିଆ ପଞ୍ଚାୟତ ଦେଇ ସମ୍ବଲପୁର ଜିଲ୍ଲା ଅଭିମୁଖେ ଗସ୍ତ କରିଥିଲେ । ଉଦଘାଟନୀ ସଭାରେ ବିଡ଼ିଓ ସୁଶ୍ରୀ ରୀନା ନାଏକ, ହରେକୃଷ୍ଣ ବରିହା, ଶରତ ଚନ୍ଦ୍ର ଦେହୁରୀ, ଡ.ସୁଜାତରାଣି ମିଶ୍ର, ଡ.ମୌସୁମୀ ରାଣୀ ମିଶ୍ର, କେଦାର ନାଥ ବରିହା, ମାଧବିଲତା ବରିହାଙ୍କ ସମେତ ବହୁ ବିଜେପି ନେତା ଉପସ୍ଥିତ ଥିଲେ ।                        
 
 Editor
                                    Editor                                 
    
 
    
 
 
 
