ଫେରିଗଲେ ଇପିଏଫ୍ ଅଧିକାରୀ ,ଅନ୍ଧାରରେ ୨୯କର୍ମଚାରୀଙ୍କ ଭବିଷ୍ୟତ
ପାଣିକୋଇଲି:ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅନ୍ତର୍ଗତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି କାର୍ଯ୍ୟକରୁଛି । ଏହି ଆଇନ ଅନୁସାରେ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ଓ ସଂସ୍ଥା ପକ୍ଷରୁ ଉଭୟ ଉକ୍ତ କର୍ମଚାରୀଙ୍କ ଭବିଷ୍ୟତ ନିମନ୍ତେ ମାସିକ ଅର୍ଥ ଜମା କରିବେ । ଏହା ପ୍ରତ୍ୟେକ କର୍ମଚାରୀଙ୍କ ଅଧିକାର ଓ ବାଧ୍ୟତା ମୂଳକ । ଉକ୍ତ ପାଣ୍ଠିରେ ଅନିୟମିତତା ଅଭିଯୋଗ ପାଇ ପାଣିକୋଇଲିସ୍ଥିତ ମା’ତାରିଣୀ ମହାବିଦ୍ୟାଳୟ(ଉଚ୍ଚ ମାଧ୍ୟମିକ ଓ ସ୍ନାତକ ମହାବିଦ୍ୟାଳୟ ଉପରେ ଗତ ଅଗଷ୍ଠ ମାସରେ ଶ୍ରମ ବିଭାଗର ଚଢାଉ କରାଯାଇଥିଲା । କଲେଜର ଉଭୟ +୨ ଓ +୩ ବିଭାଗରେ କାର୍ଯ୍ୟରତ ଥିବା ୪୩ ଜଣ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ସହିତ ସମସ୍ତ କର୍ମଚାରୀ ମାନଙ୍କର (ଇପିଏଫ) କର୍ମଚାରୀ ବୀମାରେ ଆର୍ଥିକ ଅନିୟମିତତାର ଖୋଳତାଡ଼ କରିଥଲା । ନିମୟାନୁସାରେ ଯେଉଁ ସଂସ୍ଥାରେ ୨୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିବେ ସେହି ସଂସ୍ଥା ସରକାରଙ୍କ ନିୟମାନୁଯାୟୀ ଉକ୍ତ ପାଣ୍ଠି ଜମା କରିବା ଲାଗି ବାଧ୍ୟତାମୂଳକ । ଏହା ମଧ୍ୟରେ ଅନେକ ଅବସର ନେଲେଣି କିନ୍ତୁ ଅବଧି ପାଣ୍ଠି ଜମା ନହୋବର ରହସ୍ୟ ଜଣାପଡୁନି ବୋଲି କିଛି ଅଧ୍ୟାପକ ଓ ଅଧ୍ୟାପିକା ଉକ୍ତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ପାଣିକୋଇଲି ମା’ତାରିଣୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ମୋଟ ୨୩ ଜଣ, ଯୁକ୍ତ ତିନିରେ ୨୧ଜଣ ଅଧ୍ୟାପକ ଓ କର୍ମଚାରୀ ଥିବା ମହାବିଦ୍ୟାଳୟ ପକ୍ଷରୁ ଶ୍ରମ ବିଭାଗକୁ ଲିଖିତ ଭାବେ ଜଣାଯାଇଥିଲା ।
ସମସ୍ତ ଅଧ୍ୟାପକ କର୍ମଚାରୀଙ୍କ ଦରମା ଓ ମୋବାଇଲ ନମ୍ବର ଶ୍ରମ ବିଭାଗ ଗ୍ରହଣ କରିଥିଲା । ଅଗଷ୍ଟ ୨୨ତାରିଖ ଏନେଇ କଟକର ଶ୍ରମ ଓ ନିଯୁକ୍ତି ବିଭାଗ ପକ୍ଷରୁ ମହାବିଦ୍ୟାଳୟକୁ ଚିଠି କରାଯାଇଥିଲା । ତଦନୁଯାୟୀ ଅଧ୍ୟାପକ/କର୍ମଚାରୀଙ୍କ ଉପସ୍ଥିତି ଖାତା, ନିସ୍ତାରଣ ପତ୍ର,ଅଡିଟ ରିପୋର୍ଟ, କ୍ୟାସ ବୁକ ଓ ଡିପୋଜିଟ ଚାଲାଣ ଆଦି ଦାଖଲ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ନଚେତ ନଚେତ୧୪ଇପିଏଫ୍ ଓ ଏମପି ଆକ୍ଟ ୧୯୫୨ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଉଲ୍ଲେଖ ରହିଥିଲା । ଗୁରୁବାର ଇପିଏଫଅଧିକାରୀ ଅକ୍ଷୟ କୁମାର ମହାପାତ୍ର କଲେଜରେ ପହଁଚି କାଗଜାଦି ଯାଞ୍ଚ ପରେ ୧ମାସ ମଧ୍ୟରେ ଇପିଏଫ ଜମା କରିବାକୁ ଉଭୟ ମହାବିଦ୍ୟାଳୟ ଅଧ୍ୟକ୍ଷ ସମୟ ନେଇ ଲିଖିତ ଭାବେ ଜଣାଇଛନ୍ତି । ଏସର୍ମ୍ପକୀତ ସମସ୍ତ କାଗଜାଦି ଅଧିକାରୀ ଗ୍ରହଣ କରିବା ସହ ଯଦି ଏକ ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣି କରଣ କରାନଯାଏ ତାହେଲେ ମହାବିଦ୍ୟାଳୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ କରି ଥିବା ବେଳେ କିନ୍ତୁ +୨ର ଅଧ୍ୟକ୍ଷ କୈାଣସି ପ୍ରକାର ସ୍ୱେଚ୍ଛାକୃତ ଅବସର ନେବା ଲାଗି ଆବେଦନ କରିଛନ୍ତି ବୋଲି ଚୁପ ହୋଇ ବସିବା ପରେ ଇପିଏଫ ଅଧିକାରୀ ବାଧ୍ୟ ହୋଇ ପୁନଃ ମହାବିଦ୍ୟାଳୟକୁ ଆସିଥିଲେ । ମାତ୍ର ଅଧ୍ୟକ୍ଷ କୌଣସି ପ୍ରକାର ସହଯୋଗ ନକରିବାରୁ ପୁନଶ୍ଚ ସେ ଫେରିଯାଇଥିଲେ । ଯାହାକୁ ନେଇ +୨ର ୨୧ଜଣ ଓ +୩ର ୭ଜଣ କର୍ମଚାରୀଙ୍କ ଭବିଷ୍ୟତ ବର୍ତମାନ ଅନ୍ଧାରରେ ରହିଛି । ଏନେଇ ବିଭାଗ ତରଫରୁ ଦୃଢ କାର୍ଯ୍ୟାନୁ୍ଷ୍ଠାନ ନେବା ଲାଗି ଦାବି ହେଉଛି ।