‘ମଣିଷ ହିଁ ରକ୍ତ ତିଆରି କାରଖାନା’
 ବଲାଙ୍ଗୀର: ସମାଜସେବାର ମୂର୍ତ୍ତିମନ୍ତ ପ୍ରତିକ ପୁଣ୍ୟାତ୍ମା ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧସôବ ସପ୍ତାହ ଅବସରରେ ‘ସମାଜ’ ବଲାଙ୍ଗୀର ସଂସ୍କରଣ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ବିଧାୟକ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟଅତିଥି, ପୌରାଧ୍ୟକ୍ଷା ଲିକା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିବିରର ଶୁଭାରମ୍ଭ କରିଥିଲେ । ଲଗାଣ ବର୍ଷା ସତ୍ୱେ ଅପରାହ୍ନ ଯାଏଁ ରକ୍ତଦାତା ରକ୍ତଦାନ କରିଥିଲେ । ବିଶିକେଶନ ମଲ୍ଲିକ, ସୁବାସ ବେହେରା, ସୋନାଲି ରାଉତ, ଜୟନ୍ତ ସାହୁ, ଉନ୍ନତ ଦତ୍ତ, ସୁଜାତା ସାମଲ, ସନ୍ତୋଷ ଦାଶ, ରିଙ୍କୁ ଦାଶ, ଜଶନ କର, ସଞ୍ଜୟ ସା, ସୁପୁନ ସାହୁ, ଏମ୍.ଡି ସଫଲ, ଦୁଷ୍ମନ୍ତ ମାଝୀ, ସାମ ମୁଣ୍ଡା, ଭରତ ମାଝୀ, ଆନନ୍ଦ ପୁଟେଲ, ଆଶିଷ ବି, ତ୍ରିଲୋଚନ ମଣ୍ଡଳ, ନମ ବାଗ, ଦେବେନ୍ଦ୍ର ପଟ୍ଟନାୟକ, ସୁରଜ ଜେନା, ମନୋଜ ନାଏକ, ଘାସିରାମ ମାଝୀ, ପ୍ରିୟାଂଶୁ ମେର୍ଲି, ଦେବେନ୍ଦ୍ର ଓରାମ, ଦେବରାଜ ସା, ଅଜୟ ସାମଲ, ମନୋରଞ୍ଜନ ଗିରି, ଦିବ୍ୟଲୋଚନ ଜେନା, ରାଜେଶ ଦାସ, ପ୍ରମୋଦ ପୁଟେଲ, ନିତ୍ୟାନନ୍ଦ ସେଠ, ଶାନ୍ତନୁ ପାତ୍ର, ତ୍ରିଲୋଚନ ଜେନା, ଦଶରଥ ମୁର୍ମୁ, ଦେବିପ୍ରସାଦ ପାତ୍ର, ସରୋଜ ସାହୁ, ବିବେକାନନ୍ଦ ପଟେଲ, ରାଜକିଶୋର ପଟେଲ, ପ୍ରଭଞ୍ଜନ ପଟେଲ, ବିନିତ ମିଶ୍ରଙ୍କ ସହ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସରୋଜ ସାହୁ, ଜିଲା କ୍ରୀଡ଼ା ଅଧିକାରୀ ପରାସର ବାଗ, ‘ସମାଜ’ ବଲାଙ୍ଗିର ସଂସ୍କରଣର ଭାରପ୍ରାପ୍ତ ଶାଖା ପରିଚାଳକ ପାର୍ଥ ମହାପାତ୍ର ପ୍ରମୁଖ ରକ୍ତଦାନ କରିଥିଲେ  ।                         
 
 Editor
                                    Editor                                 
    
 
    
 
 
 
