ବିଶ୍ୱ ଉପଭୋକ୍ତା ଅଧିକାର ଦିବସ: ଖାଉଟି ସଚେତନ ହେଲେ ଠକେଇ ହ୍ରାସ ହେବ
ଭୁବନେଶ୍ୱର : ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ଆଜି ପାଳିତ ହୋଇଯାଇଛି । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏହି ଦିବସର ଶୀର୍ଷକ ‘ନିରନ୍ତର ଜୀବନ ଶୈଳୀକୁ ଏକ ନ୍ୟାୟିକ ପରିବର୍ତ୍ତନ’ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଖାଉଟିମାନେ ସଚେତନ ହୋଇପାରିଲେ ଠକେଇର ଶିକାର ହେବାର ସମ୍ଭାବନାକୁ ଦୂରେଇ ଦିଆଯାଇପାରିବ ବୋଲି କହିଥିଲେ । ଏହା ସହ ସେ ଆହୁରି କହିଥିଲେ କି, ସଚେତନ ଖାଉଟି ସଶକ୍ତ ସମାଜ ଗଠନରେ ସହାୟକ ହୋଇପାରିବେ । ଯଦି କୌଣସି ଖାଉଟି ଠକେଇର ଶିକାର ହୁଅନ୍ତି, ତେବେ ଏଥିପାଇଁ ଉଦ୍ଦିଷ୍ଟ ଫୋରମ୍ରେ ଅଭିଯୋଗ କରିପାରିବେ । ଏଥିପାଇଁ ବ୍ଲକ୍ ଓ ଜିଲ୍ଲାସ୍ତରରେ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି । ଏଥିନିମନ୍ତେ ଅଧିକାରୀମାନେ ଅଭିଯୋଗ ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ଯୋଗଦେଇ ପରିବର୍ତ୍ତିତ ସମୟ ସହ ବଜାର ଓ ଖାଉଟିର ସଂଜ୍ଞାରେ ବ୍ୟାପକ ପରିବର୍ତ୍ତନ ହୋଇଥିବାର କହିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତୀୟ ମାନକ ବୁ୍ୟରୋ ଭୁବନେଶ୍ୱର ଶାଖାର ନିଦେ୍ର୍ଦଶକ ତଥା ମୁଖ୍ୟ ଏକେ ପୁରୋହିତ କହିଥିଲେ ଯେ ଖାଉଟିମାନେ ସେମାନଙ୍କର ଅଧିକାର ସମ୍ପର୍କରେ ସଚେତନ ହେବାର ଆବଶ୍ୟକତା ରହିଛି । ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ସଭାପତି କୃଷ୍ଣ ଚନ୍ଦ୍ର ରଥ ଅତିଥି ଭାବେ ଯୋଗଦେଇ ଆୟୋଗର ବିଭିନ୍ନ କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ଅତିଥିମାନେ ଫେବୃଆରୀ ମାସର ‘ନୁ୍ୟଜ୍ ଲେଟର୍’ ଉନ୍ମୋଚନ କରିବା ସହ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ଇଂରାଜୀ ଓ ଓଡ଼ିଆ ବକ୍ତୃତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ବିଭାଗ ପକ୍ଷରୁ ସରୋଜ କୁମାର ପଣ୍ଡାଙ୍କ ରଚିତ ଏବଂ ଅନନ୍ତ କିଶୋର ସାହୁଙ୍କ ନିଦେ୍ର୍ଦଶନାରେ ସଚେତନ ଗ୍ରାହକ ଓ ସଶକ୍ତ ସମାଜ ଗଠନ ଉପରେ ଏକ ନାଟକ ପରିବେଷଣ ହୋଇଥିଲା । ପ୍ରାରମ୍ଭରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିଦେ୍ର୍ଦଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଖାଉଟି ବ୍ୟାପାର ନିଦେ୍ର୍ଦଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଅଞ୍ଜନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।