ଜଳ ଯୋଗାଣରେ ଅବ୍ୟବସ୍ଥା , ଆନେ୍ଦାଳନର ଚେତାବନୀ ଦେଲା ଜନ ଜାଗରଣ ମଞ୍ଚ


ାା ପ୍ରଭାନୁ୍ୟଜ୍ାା ଆଠଗଡ: ନିତ୍ୟ ବ୍ୟବହାର ଜଳ ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେିଇଛି ଖୋଦ ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଲାଗିକି ଥିବା ଆଠଗଡ ହାଉସିଂବୋର୍ଡ କଲୋନୀରେ । ପାନୀୟ ଜଳର ବ୍ୟବସ୍ଥା ହେଉ ଅଥବା ନିତ୍ୟ ବ୍ୟବହାର ଜଳ ଯୋଗାଣର ବ୍ୟବସ୍ଥା କଲୋନୀ ବାସୀଙ୍କ ପାଇଁ ପାଇପ ଜଳ ଯୋଗାଣ ବ୍ୟବସ୍ଥା ଏକ ମାତ୍ର ସାଧନ । ୮୦ ଦଶକରୁ କଲୋନିକୁ ଲାଗି ଥିବା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଏକ ସ୍ଥାନରୁ ଭୂତଳ ଜଳକୁ ମେସିନ ସାହାର୍ଯ୍ୟରେ ଉଠାଯାଇ ପାଇପ ମାଧ୍ୟମରେ କଲୋନିବାସୀଙ୍କୁ ଦିନକୁ ଦୁଇଥର ଜଳ ଯୋଗାଣ କରାଯାଏ  । ଦୀର୍ଘ ୪୦ ବର୍ଷ ଅତିକ୍ରାନ୍ତ ପରେ କଲୋନୀରେ କାୟା ବୃଦ୍ଧି ହେବାସହିତ ଏଠାରେ ପାଖାପାଖି ୨୫୦ ପରିବାର ବସବାସ କରୁଛନ୍ତି । କଲୋନୀଟି ରାଧାଗୋବିନ୍ଦପୁର ପଂଚୟତ ଅଧିନରେ ଥିବା କାରଣରୁ ପଂଚାୟତ ପକ୍ଷରୁ ଜଳ ଯୋଗାଣ କରାଯାଇଥାଏ । ଏବେ କିଛି ଦିନ ହେଲା ମେସିନ ଖରାପ ଥିବା କହି ଦୁଇ ଥର ଦିଆଯାଉଥିବା ଜଳକୁ ଗୋଟିଏ ଥର ଦିଆଯାଉଛି ସେମଧ୍ୟ ମାତ୍ର ୩୦ ମିନିଟି ପର୍ଯ୍ୟନ୍ତ ଯାହାକୁ ନେଇ କଲୋନି ବାସୀଙ୍କ ମଧ୍ୟରେ କ୍ରମାଗତ ଭାବେ ଆନେ୍ଦାଳନର ଦାନା ବାନ୍ଧିବାରେ ଲାଗିଛି । ଏ ସଂକ୍ରାନ୍ତରେ କଲୋନୀ ବାସୀଙ୍କ ପକ୍ଷରୁ ଗତ ମାସରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନ ଶୁଣାଣୀରେ ଅଭିଯୋଗ କରାଯାଇଥିଲା ଏବଂ ଏହାର ତୁରନ୍ତ ସମାଧାନ ଏବଂ ଜଳ ଯୋଗାଣ ବ୍ୟବସ୍ଥକୁ ସଠିକ ଭାବେ ନିୟମିତ କରେଇବାକୁ ଉପଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇଥିଲେ । ଏହାସହିତ କଲୋନୀର ଉନ୍ନୟନ ପରିଷଦ ପକ୍ଷରୁ ଏ ସଂକ୍ରାନ୍ତରେ ଉପଜିଲ୍ଲାପାଳଙ୍କୁ ମଧ୍ୟ ଭେଟି କଲୋନୀରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଯାଇଥିଲା । ଏହାପରେ ଜଳ ଯୋଗଣା ବ୍ୟବସ୍ଥା ନିୟମିତ ହେବାର  ଦୁରର କଥା ତହାମଧ୍ୟ ୧ ଘଣ୍ଟାରୁ ଅଧ ଘଣ୍ଟାକୁ କମ କରି ଦିଆଯାଇଛି  । ଏ ସମ୍ପର୍କରେ ଜଳ ଯୋଗାଣରେ ଥିବା କର୍ମଚାରୀଙ୍କୁ ପଚାରିବାରେ ଉପରୁ ଯାହା ନିଦେ୍ର୍ଦଶ ରହିଛି ମୁଁ କରୁଛି ବୋଲି ପ୍ରକାଶ କରୁଛନ୍ତି । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଫୋନ କଲେ ମଧ୍ୟ ସେ ଫୋନ ଉଠାଇ ନାହାଁନ୍ତି । ସ୍ଥାନିୟ ସରପଂଚଙ୍କ ସହିତ ଯୋଗାଯୋଗ କରିବାରେ ଜଳ ଯୋଗାଣ ବ୍ୟବସ୍ଥାକୁ କମ କରିବା ନେଇ କୌଣସି ନିଦେ୍ର୍ଦଶ ଦିଆଯାଇ ନାହିଁ ବୋଲି ପ୍ରକାଶ କରିଥିଲେ । ତେବେ ଜଳ ଯୋଗାଣ ବ୍ୟବସ୍ଥାକୁ ଥରେ ଅଧଘଣ୍ଟା ପାଇଁ ଦେବା କାହା ନିଦେ୍ର୍ଦଶରେ ଗ୍ରାମୀଣ ଜଳ ଯୋଗାଣ ବିଭାଗ କରିଛି ଏହାକୁ ନେଇ ପ୍ରଶ୍ନ କରିଛି ଆଠଗଡ ଜନ ଜାଗରଣ ମଞ୍ଚ । ହାଉସିଂବୋର୍ଡ ଅଧିବାସୀ ମାନଙ୍କ ପାଇଁ ପାଇପ ମଧ୍ୟରେ ଜଳ ଯୋଗାଣ ଏକ ମାତ୍ର ସାଧନ ଥିବାବେଳେ ପ୍ରଶାସନ ପକ୍ଷରୁ ଏହାକୁ ଖାମଖିଆଲି ଭାବେ ନିଆଯିବାକୁ ନିନ୍ଦା କରିବା ସହିତ ଏହାର ତୁରନ୍ତ ସମାଧାନ କରାନଗଲେ ଆନେ୍ଦାଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଆଠଗଡ ଜନଜାଗରଣ ମଞ୍ଚ ।