ସିୱାଇଏସ୍ଡିର ପ୍ରତିଷ୍ଠା ଦିବସ
ଭୁବନେଶ୍ୱର : ଆଜି ଭୁବନେଶ୍ୱରସ୍ଥିତ ଅଗ୍ରଣୀ ସାମାଜିକ ସଙ୍ଗଠନ "ସେଣ୍ଟର ଫର ୟୁଥ୍ ଆଣ୍ଡ ସୋସିଆଲ ଡେଭେଲପମେଣ୍ଟ (ସିୱାଇଏସ୍ଡି)'ର ୪୩ ତମ ବାର୍ଷିକ ଦିବସ ସମାବେଶ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉକ୍ତ ସମାବେଶରେ କହିଥିଲେ କି, ଏବେ ସ୍ୱିଗୀ, ଜୋମାଟୋ ଭଳି ଅନ୍ ଲାଇନ୍ ଜରିଆରେ କିଏ ଘରେ ବସି ସାମଗ୍ରୀ କିଣି ପାରୁଛନ୍ତି ତ କିଏ ଖାଦ୍ୟ ମଗାଇ ପାରୁଛନ୍ତି । କିନ୍ତୁ ଏଭଳି ଡିଜିଟାଲ ପ୍ରଯୁକ୍ତିକୁ ସରକାରୀ ସେବା ଲୋକଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ବ୍ୟାପକ ବ୍ୟବହାର ହେବା ଉଚିତ୍ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ । ସେ ଆହୁରି କହିଥିଲେ ଯେ, ରାଜ୍ୟ ସରକାର ବିକଶିତ ଓଡ଼ିଶାର ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି । ହିତାଧିକାରୀମାନଙ୍କୁ ବିଭିନ୍ନ ବ୍ୟବସ୍ଥା ମାଧ୍ୟମରେ ସଚେତନତା ଓ ସୂଚନା ପ୍ରଦାନ କରାଯାଉଛି । ତେବେ ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ଆମେ ବହୁ ଲୋକଙ୍କୁ କମ୍ ସମୟ ମଧ୍ୟରେ ଓ ସହଜରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକରୁ ଅଧିକ ଜଣାଇବା ଓ ସତେତନ କରିପାରିବା ବୋଲି ସେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ତଥା ସାମାଜିକ ସୁରକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଆର୍ଏସ୍ ଗୋପାଳନ୍, ସିୱାଇଏସ୍ଡିର କାର୍ଯ୍ୟକ୍ରମ ନିଦେ୍ର୍ଦଶକ ବସନ୍ତ ନାୟକ ଉପସ୍ଥିତ ରହି ଉଦ୍ବୋଧନ ଦେଇଥିଲେ । ସିୱାଇଏସ୍ଡିର ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଓ ଗ୍ରାମ ବିକାଶର ପ୍ରତିଷ୍ଠାତା ଜୋ ମାଡିଏଥ୍ ଉପସ୍ଥିତ ରହି ଏପରି ସାମାଜିକ କାର୍ଯ୍ୟରେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରି ସ୍ୱେଚ୍ଛାସେବୀ ଓ କର୍ମକର୍ତ୍ତାମାନଙ୍କୁ ଉସôାହିତ କରିଥିଲେ ।