ଅଂଶୁଘାତରୁ କିପରି ପାଇବେ ରକ୍ଷା ?
 
                                ଏପ୍ରିଲ୍ରୁ ତାତି କଲାଣି କଲବଲ। ଡହ ଡହ ନିଆଁରେ ସନ୍ତୁଳିତ ଓଡ଼ିଶା ବାସୀ ।ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଟ୍ୟାପ୍ ରୁ ପାଣି ପିଇବା ମଧ୍ୟ କଷ୍ଟଦାୟକ ହୋଇପଡୁଛି । କିଛି ଦିନ ହେବ ତାତିର ପ୍ରକୋପ ବଢିବାରେ ଲାଗିଛି । ଜନଜୀବନ ଅସ୍ତବ୍ୟସ୍ତ । ତେବେ ବଢୁଥିବା ତାପମାତ୍ରାକୁ ନେଇ ଲୋକଙ୍କ ମନରେ ଅଂଶୁଘାତର ଭୟ । ତେଣୁ ଆସନ୍ତୁ ଜାଣିବା ଅଂଶୁଘାତ କଣ? ଏହାର ଲକ୍ଷଣ ଏବଂ ଅଂଶୁଘାତ ହେଲେ କଣ କରିବେ ? ଖରା ଦିନ ଆସିଲେ ଅଂଶୁଘାତର ଡର ଥାଏ । ସାଧାରଣ ଭାଷାରେ ହିଟ୍ ଷ୍ଟ୍ରୋକ୍କୁ ଅଂଶୁଘାତ ବୋଲି କୁହାଯାଏ । ହିଟ୍ ଷ୍ଟ୍ରୋକ୍ ହେବାର ୧୦ରୁ ୧୫ ମିନିଟ୍ ମଧ୍ୟରେ ଯଦି ଜଣେ ବ୍ୟକ୍ତିର ଶରୀର ସାଧାରଣ ତାପାମାତ୍ରାକୁ ନ ଆସେ ତେବେ ମୃତ୍ୟୁବରଣ ହେବାର ସମ୍ଭାବନା ଥାଏ ।
ହିଟ୍ ଷ୍ଟ୍ରୋକ୍ର ଲକ୍ଷଣ:  ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଜ୍ୱର, ବାନ୍ତି , ଚର୍ମର ନାଲି ପଡିବା ହାର୍ଟ ବିଟ୍ ବଢିଯିବା  ପରି  ସମସ୍ୟା ଦେଖାଦେଇଥାଏ । ହିଟ୍ ଷ୍ଟ୍ରୋକ୍ ଅନେକ ଗମ୍ଭୀର ଅବସ୍ଥାକୁ ନେଇପାରେ। ଡିହାଇଡ୍ରେସନ୍, ଥକ୍କାପଣ, ଝାଡ଼ା, ବାନ୍ତି ଏବଂ ଶରୀରର କଷ୍ଟ ସାଧାରଣ, କିନ୍ତୁ ହିଟ୍ ଷ୍ଟ୍ରୋକ୍ ଏକ ଗୁରୁତର ଚିକିତ୍ସା ଜରୁରୀକାଳୀନ ପରିସ୍ଥିତି ଯାହା ତୁରନ୍ତ ଚିକିତ୍ସା କରା ନ ଗଲେ ସାଂଘାତିକ ହୋଇପାରେ। 
 
ହିଟ୍ ଷ୍ଟ୍ରୋକ୍ରୁ କିପରି ରକ୍ଷା ପାଇବେ ? 
- ନିଜକୁ ହାଇଡ୍ରେଟ୍ ରଖନ୍ତୁ ବା ସଠିକ୍ ମାତ୍ରାରେ ପାଣି ପିଅନ୍ତୁ,
- ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧନ୍ତୁ ,
- ଘରୁ ବାହାରକୁ ଯିବାବେଳେ ଚଷମା, ଛତା କିମ୍ବା କ୍ୟାପ୍, ଜୋତା କିମ୍ବା ଚପଲ ବ୍ୟବହାର କରନ୍ତୁ ।
- ଉଚ୍ଚ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।
- ମଦ, ଚା, କଫି ଏବଂ କୋଲ୍ଡ ପାନୀୟର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରୁହନ୍ତୁ । ଏଗୁଡିକ ଡିହାଇଡ୍ରେସନ୍ ସୃଷ୍ଟି କରେ ।
- ଛୋଟ ପିଲାମାନଙ୍କୁ କିମ୍ବା ଗୃହପାଳିତ ପଶୁମାନଙ୍କୁ ବନ୍ଦ ଗାଡିରେ ଛାଡନ୍ତୁ ନାହିଁ , ଆଉ ଯଦି ଛାଡୁଛନ୍ତି ସେଥିରେ ଏସି ଥିବା ଦରକାର ।
- ଯଦି ଆପଣ ଦୁର୍ବଳ କିମ୍ବା ଅସୁସ୍ଥ ଅନୁଭବ କରୁଛନ୍ତି, ତୁରନ୍ତ ଡାକ୍ତରଙ୍କୁ ଦେଖା କରନ୍ତୁ ।
- ଦହି, ପଇଡ, ଲେମ୍ବୁ ରସ, ତୋରାଣି ପାଣି, ଖାଲି ପାଣି ଆଦି ଉପଯୁକ୍ତ ମାତ୍ରାରେ ପିଅନ୍ତୁ । ଏହା ଦ୍ୱାରା ଶରୀର ହାଇଡ୍ରେଟ୍ ରହିବ ।
- ପଶୁମାନଙ୍କୁ ଛାଇରେ ରଖନ୍ତୁ ଏବଂ ସେମାନଙ୍କୁ ପିଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ଦିଅନ୍ତୁ ।
ଘରକୁ ଥଣ୍ଡା ରଖନ୍ତୁ । 
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
