ବିଶ୍ୱ ପରିବେଶ ଦିବସ ପାଳିତ
ଔପଦା: ଔପଦା ବ୍ଲକ ଅଘିରା ପଦା ପଞ୍ଚାୟତ ଅଘିରା ହାଇସ୍କୁଲରେ ବିଶ୍ୱ ପରିବେଶ ଦିବସ ଔପଦା ବନ ବିଭାଗ ଓ ସୋର ଅବକାରୀ ବିଭାଗ ପକ୍ଷରୁ ମିଳିତ ଆନୁକୂଲ୍ୟରେ ପାଳନ କରାଯାଇଛି । ହାଇସ୍କୁଲର ପ୍ରଧାନଶିକ୍ଷକ କୃଷ୍ଣ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ରେଞ୍ଜର ହରିହର ମାଝୀ ସୋର ଅବକାରୀ ବିଭାଗ ସବ ଇନ୍ସପେକ୍ଟର ସରୋଜ ଚନ୍ଦ୍ର ଟିଗା ଶିକ୍ଷକ ଶୁଭ୍ରଂଶୁ ଦଳାଇ, କ୍ଷେତ୍ର ମୋହନ ନାୟକ ,ଫରେଷ୍ଟର ମନୋରଞ୍ଜନ ସିଂ ଫରେଷ୍ଟର ଗାର୍ଡ ଜୟ ଲକ୍ଷ୍ମୀ ପୁହାଣ, ସୁଜାତା ଓଝା ପ୍ରମୁଖ ବିଶ୍ୱ ପରିବେଶ ଦିବସ ର ଆଭି ମୁଖ୍ୟ ସମ୍ପର୍କ ରେ ବର୍ଣନା କରି ମୂର୍ତ୍ତିକା, ଜଳ, ଜଙ୍ଗଲ, ବାୟୁ ପ୍ରଦୂଷଣ ର ମୁକ୍ତ ରହିବ ସେଥିପାଇଁ ସୂଚ୍ଛତା ଆବଶ୍ୟକତା ବୋଲି କହି ପ୍ରଦୂଷଣ ଜନିତ ପ୍ଲାଷ୍ଟିକ ଦ୍ରବ୍ୟ ରୁ ମୁକ୍ତ ରହିବା ପାଇଁ ପ୍ରତି ବ୍ୟକ୍ତିର କର୍ତ୍ତବ୍ୟ ବୋଲି ଆହ୍ୱାନ ଦେଇଥିଲେ । ପରେ ସ୍କୁଲ ପରିସରରେ ବିଭିନ୍ନ ପ୍ରକାର ଔଷଧୀଅ ଜାତୀୟ ଚାରା ଓ ଫୁଲ ଜାତୀୟ ଚାରାକୁ ରୂପଣ କରାଯାଇଥିଲା । ଏହି କାର୍ଯ୍ୟକର୍ମରେ ବନ ବିଭାଗ ସମସ୍ତ କର୍ମଚାରୀ, ସବୁଜ ବାହିନୀ, ଅବକାରୀ ବିଭାଗ କର୍ମଚାରୀ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ବୃକ୍ଷ ରୋପଣ କରିଥିଲେ ।