ସାନ୍ଧ୍ୟ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ 

 କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟ ର ୩୭ତମ ପ୍ରତିଷ୍ଠା ଦିବସ କଲେଜ ଅଧ୍ୟକ୍ଷା ଆଦ୍ୟରଶ୍ମି ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି କଲେଜ ପୂର୍ବ ପରିଚାଳନା ସମିତିର ସଭ୍ୟ ତଥା ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, ସମ୍ମାନିତ ଅତିଥି ଭାବେ ମନୋରଞ୍ଜନ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ଅଜୟ କୁମାର ବିଶ୍ୱାଳ, ଆଇନଜୀବୀ ବିଚିତ୍ରା ନନ୍ଦ ମହାନ୍ତି, ଆକବର ଅଲ୍ଲୀ, ପ୍ରାକ୍ତନ ଅଧ୍ୟକ୍ଷ ଗଙ୍ଗାଧର ସାହୁ, ପ୍ରାଧ୍ୟାପକ ଅଜୟ କୁମାର ଦାସ ପ୍ରମୁଖ ଯୋଗଦାନ କରି ମହାବିଦ୍ୟାଳୟ ଗଠନ ବକ୍ତବ୍ୟ ରଖିଥିଲେ । +୨ ଅଧ୍ୟକ୍ଷ ମନୋଜ କୁମାର ଜେନା ବାର୍ଷିକ ବିବରଣୀ ପାଠ ଲାରିଥିଲେ । ମହାବିଦ୍ୟାଳୟର ୨୦୨୪/୨୫ ଶିକ୍ଷା ବର୍ଷରେ ସର୍ବାଧିକ ମାର୍କ ରଖିଥିବା +୨କଳା ଛାତ୍ର ଶୁଭ୍ରାଂଶୁ ସ୍ୱାଇଁ ଓ ଭୋକେଶନାଲ +୩ କଳା ସମ୍ମାନ ବିଭୠର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।