ଓଡିଶୀ ଓ ସମ୍ବଲପୁରୀ ନୃତ୍ୟଙ୍ଗନା ସମ୍ମାନୀତ
ଖଡ଼ିଆଳ : ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ତଥା ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ୧୩୫ ବର୍ଷ ଜନ୍ମ ଜୟନ୍ତୀ ଅବସରରେ ଉକôଳ ବିକାଶ ପରିଷଦ, ତରଫରୁ କଂଗ୍ରେସର ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନଙ୍କ ହାତରେ ଶ୍ରୀମତୀ ରଶ୍ମିତା ଦଣ୍ଡସେନାଙ୍କୁ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ସମ୍ବର୍ଦ୍ଧନା ସହିତ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ରଶ୍ମିତା ଦଣ୍ଡସେନା ଖଡ଼ିଆଳ ସହରର ଇଂ ସୁନୀଳ କୁମାର ଦଣ୍ଡସେନାଙ୍କ ଧର୍ମପନôୀ ଅଟନ୍ତି ସୂଚନା ଥାଉକି ଇଂ ସୁନୀଳ କୁମାର ଦଣ୍ଡସେନା ରାଜ୍ୟ ସ୍ତରୀୟ ବିଦୁ୍ୟତ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଅଟନ୍ତି । ରଶ୍ମିତା ଉକôଳ ବିକାଶ ତାରଫରୁ ସମ୍ମାନିତ ହେଲା ପରେ ଖଡ଼ିଆଳ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି ।