ବେଆଇନ ଖଣି ଉପରେ ଚଢ଼ଉ : ଜେସିପି ଟିପ୍ପର ସହିତ ଯନ୍ତ୍ରାଂଶ ଜବତ
ହିନେ୍ଦାଳ: ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ଅଞ୍ଚଳରେ ଦିନକୁ ଦିନ ଖଣି ମାଫିଆମାନେ ବେଆଇନ ଭାବରେ ଖଣି ଲୁଟ୍ କରି ଚାଲିଥିବାବେଳେ ସରକାରଙ୍କ ବିପୁଳ ରାଜସ୍ୱହାନୀ ହେଉଛି । ତେବେ ବିଶେଷ ସୂତ୍ରରୁ ସୂଚନା ପାଇ ଖଣି ବିଭାଗ ସହିତ ହିନେ୍ଦାଳ ତହସିଲଦାର ଓ ରାସୋଳ ପୁଲିସ ମିଳିତ ଭାବରେ ହିନେ୍ଦାଳ ବ୍ଲକ ଅନ୍ତର୍ଗତ କାରନ୍ଦା ଅଞ୍ଚଳରେ ଥିବା ଏକ ବେଆଇନ ଖଣି ଉପରେ ଚଢ଼ାଉ କରିଥିଲେ । ଚଢ଼ାଉରେ ଦୁଇଟି ଜେସିପି ମେସିନ, ଗୋଟିଏ ଟିପ୍ପର, ଗୋଟିଏ ଟାଟା ଏସି ଏବଂ ମାଇନିଂ ପାଇଁ ବ୍ୟବହୃତ ନଳକୂପ ଗାଡି ଜବତ କରାଯାଇଛି । ସେଥିମଧ୍ୟରୁ ଚେନ୍ ମେସିନ ଦୁଇଟି ବାଲିମି ଥାନାରେ ଥିବାବେଳେ ଅନ୍ୟ ଗାଡି ଗୁଡିକ ରାସୋଳ ଥାନାରେ ଅଟକ ରହିଛି । ତେବେ ଉକ୍ତ ବେଆଇନ ଖଣିଟି ଓଡାପଡା ବ୍ଲକ ଘୋଡାଡିଆଁ ଅଞ୍ଚଳର ଯୁଗଳ ସେଠି ନାମକ ଜୈନିକ ବ୍ୟକ୍ତିଙ୍କର ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ଅନ୍ୟପକ୍ଷରେ ହିନେ୍ଦାଳ ନିର୍ବାଚନ ମଣ୍ଡଳୀରେ ଖଣି ମାଫିଆମାନେ ବେଧଡକ ଭାବରେ ଦିନରାତି ମିଶି ରାଜସ୍ୱ ଲୁଟିବାରେ ବ୍ୟସ୍ତ ଥିବାବେଳେ ଆଖି ଦୃଶିଆ ଚଢ଼ାଉ କରି ବାହାବାହା ନେବାରେ ବ୍ୟସ୍ତ ପ୍ରଶାସନ । ତେବେ ଖଣି ମାଫିଆଙ୍କ ମୁଣ୍ଡ ଉପରେ ଅନେକ ପ୍ରଭାବଶାଳୀ ରାଜନେତା ଓ ପ୍ରଶାସନର ହାତଥିବାରୁ ଖଣିମାଫିଆମାନେ ମୂଲ୍ୟବାନ ଖଣିଜ ପଦାର୍ଥ ଲୁଟି ହିନେ୍ଦାଳକୁ ଖୋଳ କରିବାକୁ ସାହସ ପାଉଛନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।